Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୬ ଦିନ ପରେ ପୁଣି ବାହାନଗା ଟ୍ରାକ୍‌ରେ ଗଡିବ ଟ୍ରେନ୍; ଜାଣନ୍ତୁ କେବେଠୁ ଆରମ୍ଭ ଟିକେଟ୍‌ ବୁକିଂ

ବାହାନଗା: ବାହାନଗା ରେଳ ଦୁର୍ଘଟଣାକୁ ଏହା ଭିତରେ ୨୬ ଦିନ ବିତିଗଲାଣି। ଏବେ ବି ସେ ହୃଦୟ ବିଦାରକ ଦୁର୍ଘଟଣଶର ଦୃଶ୍ୟ ମ‌ନେ ପଡିଗଲେ ଲୋମଟାଙ୍କୁରି ଯାଉଛି। କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ୨୬ ଦିନ ପରେ ଆଜିଠୁ ସ୍ବାଭାବିକ ହେବାକୁ ଯାଉଛି ରେଳସେବା। ଏହି ଭୟଙ୍କର ଦୁର୍ଘଟଣାରେ ୨୯୨ ଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

ଦୁର୍ଘଟଣା ପଛର କାରଣ ଜାଣିବା ଲାଗି ସିବିଆଇ ତଦନ୍ତ ଚାଲିଥିଲା। ଏଥିପାଇଁ ରେଳସେବା ସାମୟିକ ଭାବେ ବନ୍ଦ ରହିଥିଲା। ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ କୁହାଯାଇଛି ଯେ, ଷ୍ଟେସନର ରିଲେ ରୁମରେ ନୂଆ ରିଲେ ଲଗାଯିବା ପରେ ସେବା ସ୍ୱାଭାବିକ ହୋଇଛି। ବୁଧବାରଠାରୁ ଟିକେଟ୍ ବୁକିଂ ଆରମ୍ଭ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories