Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବାହୁଡ଼ିଲେ ବଡ ଦିଅଁ; ଜୟ ଜଗନ୍ନାଥ ଧ୍ୱନୀରେ କଂପିଲା ଦାଣ୍ଡ

ବେଲଗୁଣ୍ଠା: ମାଉସୀ ମାଆ ଘରେ ନବଦିନାତ୍ମକ ଯାତ୍ରା ସାରି ନିଜ ମନ୍ଦିର ଅଭିମୁଖେ ଫେରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତୀ I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି ବଡ଼ଦିଅଁଙ୍କ ବାହୁଡ଼ା ଯାତ୍ରା I ବେଲଗୁଣ୍ଠା ବ୍ଳକ୍ ର ବେଲଗୁଣ୍ଠା ସ୍ଥିତ ପେଣ୍ଠ ସାହି, ବାଲିଡି ସାହି, ଗୋବରା, ପାଇଲିପଡ଼ା,ଜୟନ୍ତୀଗଡ଼ ଗ୍ରାମରେ ଆନନ୍ଦ ଉଲ୍ଲାସର ସହିତ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ପ୍ରତ୍ଯେକ ଗ୍ରାମରେ ଆଜି ନୀତି ନିର୍ଘଣ୍ଟ ଅନୁଯାୟୀ ପୂଜାବିଧି ସମାପନ ହେବା ସହିତ ଅପରାହ୍ଣରେ ଜଗନ୍ନାଥା ମନ୍ଦିର ଅଭିମୂଖେ ରଥ ଟଣା ଯାଇଥିଲା I ହଜାର ହଜାର ଭକ୍ତ ରଥ ଟଣାରେ ଅଂଶଗ୍ରହଣ କରିଥିବା ବେଳେ ଜୟ ଜଗନ୍ନାଥ ଧ୍ୱନିରେ ଦାଣ୍ଡ ଉଛୁଳି ପଡ଼ିଥିଲା I ଏହା ସହିତ ଗ୍ରାମ ଗୁଡ଼ିକରେ ପିଲାମାନଙ୍କ ଦ୍ୱାରା ନିର୍ମିତ କୁନି ରଥ ଗୁଡ଼ିକ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା I ବେଲଗୁଣ୍ଠାରେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଏବଂ ଜୟନ୍ତୀଗଡ଼,ଗୋବରା, ପାଇଲିପଡ଼ାରେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ I