Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ସୀମାରେ ପୁଣି ଥରେ ପଶିଲା ପାକିସ୍ତାନୀ ଡ୍ରୋନ, ଗୁଳିମାଡ଼ କଲା ବିଏସଏଫ

ତରନତାରନ: ଭାରତୀୟ ସୀମାରେ ଦିନକୁ ଦିନ ପାକିସ୍ତାନୀ ଡ୍ରୋନର ଗତିବିଧି ବଢିବାରେ ଲାଗିଛି। ସଦ୍ୟତମ ଘଟଣା ଗତକାଲି ରାତିରେ ଦେଖିବାକୁ ମିଳିଛି। ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାକୁ ପଶି ଆସିଥିଲା ଏବଂ ଏହାର ଶବ୍ଦ ଶୁଣିବା ମାତ୍ରେ ବିଏସଏଫ ଯବାନ ଗୁଳିମାଡ଼ କରିଥିଲେ।

ସୂଚନା ଅନ୍ୟୁାୟୀ, ଭାରତ-ପାକିସ୍ତାନ ସୀମାର ସେକ୍ଟର ଅମରକୋଟରେ ବି.ଓ.ପି ଧର୍ମାର ପିଲ୍ଲର ନମ୍ବର ୧୩୭/୧୫ ଜରିଆରେ ଗତ ରାତି ୯ଟା ୪୫ରେ ପାକିସ୍ତାନୀ ଡ୍ରୋନ ଭାରତୀୟ ସୀମାରେ ପଶି ଆସିଥିବା ଶବ୍ଦ ଶୁଣିବାକୁ ମିଳିଥିଲା। ଏହା ପରେ ସୀମାରେ ମୁତୟନ ବିଏସଏଫ ଯବାନର ୧୦୩ ବାଟାଲିୟନ ତୁରନ୍ତ ଆକ୍ସନ ମୋଡକୁ ଆସି ଡ୍ରୋନ ଉପରେ ଗୁଳିମାଡ଼ କରିଥିଲେ। ଏହାର ୫ ମିନିଟ୍ ପରେ ଡ୍ରୋନ ପାକିସ୍ତାନ ଫେରି ଯିବାର ଶବ୍ଦ ଶୁଣିବାକୁ ମିଳିଥିଲା।

ଘଟଣା ସଂପର୍କରେ ସୂଚନା ଦେଇ ଭିକିଓ୍ଵିଣ୍ଡ ଡିଏସପି ପ୍ରୀତିନ୍ଦର ସିଂ କହିଛନ୍ତି, ଖାଲଡା ଥାନା ପୋଲିସ ଏବଂ ବିଏସଏଫ ଦ୍ଵାରା ସନ୍ଦିଗ୍ଧ ଅଞ୍ଚଳକୁ ସିଲ୍ କରାଯାଇ ସୀମା ନିକଟସ୍ଥ ସମସ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି। ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ