ସୁବଳୟାରେ ଠାକୁର ମାନେ ସୁନାବେଶ ରେ ଦର୍ଶନ ଦେଲେ ଭକ୍ତମାନଙ୍କୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ଗ୍ରାମରେ ପବିତ୍ର ରଥଯାତ୍ରା ସମାରୋହରେ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇ ଥିବା ବେଳେ ସୁବଳୟାରେ ବହୁ ଆବହମାନ କାଳରୁ ଆନନ୍ଦ ଉଲ୍ଲାସ ମଧ୍ୟରେ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି I ଗୁରୁବାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୂଢୋ ଶ୍ରୀ ଜୀଉମାନଙ୍କୁ ସୁନାବେଶରେ ସୁସଜ୍ଜିତ କରଯାଇଥିବା ବେଶ ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ କରିଥିଲେ l ଏ ଅବସରରେ ବଡଦାଣ୍ଡରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଉପଖଣ୍ଡ ପୋଲିସ ଅଧିକାରୀ ଡ଼ୋଲାମଣୀ ଭୋଇ ପ୍ରମୁଖ ଅତିଥିଭାବେ ଯୋଗଦେଇ ଥିଲେ l