Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ଥାନାରେ ଆମ ପୁଲିସ ସମିତି ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ପରିସରରେ ଶୁକ୍ରବାର ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇଆଇସି ଯୋଗେଶ୍ୱର ପଣ୍ଡାଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ଗ୍ରାମାଂଚଳ ମାନଙ୍କରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ବିଶେଷକରି ଉଲୁଣ୍ଡା ସାପ୍ତାହିକ ବଜାରରୁ ହେଉଥିବା ମୋବାଇଲ ଚୋରି ରୋକିବା , ସିଣ୍ଢୋଲ ଅଂଚଲରେ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା ସହ ସିଣ୍ଢୋଲ ଠାରେ ଥିବା ପୁରୁଣା ଥାନା କୋଠାକୁ ପୁନରୁଦ୍ଧାର ପାଇଁ ଦାବି କରାଯିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ଜନସାଧାରଣଙ୍କ ଦାବି ଅନୁସାରେ ଏହାର ସମାଧାନ ପାଇଁ ଦୃଷ୍ଟି ଦେବେବୋଲି ଆଇଆଇସି ପ୍ରକାଶ କରିଥିଲେ । ବୈଠକରେ ଉଲୁଣ୍ଡା ଅଞ୍ଚଳର ବିଭିନ୍ନ ଗ୍ରାମରୁ ବହୁ ସଚେତନ ନାଗରିକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜସ୍ଵ ମତବ୍ୟକ୍ତ କରିଥିଲେ । ଥାନାର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିବା ବେଳେ ଶେଷରେ ଏସଆଇ ସରୋଜ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ