Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଉଫୁଳା ପଞ୍ଚାୟତ ରେ ମାନସିକ ସ୍ବାସ୍ଥ୍ୟ ସଚେତନତା ଶିବିର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତ ସଭାଗୃହ ରେ ସ୍ବେଚ୍ଛାସେବୀ ସଙ୍ଗଠନ ରେଆର ଓ ବେସିକ ନିଡସ୍ ଇଣ୍ଡିଆ ର ମିଳିତ ଆନୁକୂଲ୍ୟରେ ମାନସିକ ସ୍ବାସ୍ଥ୍ୟ ଉପରେ ଏକ ସଚେତନ କର୍ମଶାଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ରାଜିବ କର୍ମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନସିକ ସ୍ବାସ୍ଥ୍ୟ ତଥା ମାନସିକ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ।କ୍ଷେତ୍ରକର୍ମୀ ମିତ୍ରଭାନୁ ମଲ୍ଲିକ ମାନସିକ ରୋଗର ଲକ୍ଷଣ ଓ ପ୍ରକାରଭେଦ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ସଞ୍ଜୋଜକ ବିଶ୍ବମ୍ବର ସାହୁ ମାନସିକ ରୋଗୀଙ୍କ ପାଇଁ ଥିବା ସରକାରୀ ସୁବିଧା ସୁଯୋଗ ବିଷୟରେ ଅବଗତ କରାଇଥିଲେ ।କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ , ଅଶାକର୍ମୀ , ସିଆରପି , ଏମବିକେ , ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ , ୱାର୍ଡ ସଭ୍ୟ ଓ ସ୍ବେଚ୍ଛାସେବୀ ମାନେ ଯୋଗଦେଇଥିଲେ । ଶେଷରେ ପଦ୍ମାଳୟା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।