ରାଷ୍ଟ୍ରୀୟ ରକ୍ତଶିକୁଳି ଜନିତ ରକ୍ତ ହୀନତା ନିରାକରଣ ଅଭିଯାନ ର ଶୁଭାରମ୍ଭ ା


ସୁବର୍ଣ୍ଣପୁର-ରାଷ୍ଟ୍ରୀୟ ରକ୍ତଶିକୁଳି ଜନିତ ରକ୍ତ ହୀନତା ନିରାକରଣ ଅଭିଯାନ ର ଶୁଭାରମ୍ଭ ମଧ୍ୟପ୍ରଦେଶର ସାହାଡୋଲ ଠାରୁ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ରାଜ୍ୟ ସ୍ତରୀୟ ଶୁଭାରମ୍ଭ ଆଭାସୀ ଜରିଆରେ ସୁବର୍ଣ୍ଣପୁର ରୁ ଆରମ୍ଭ କରାଯାଇଛି l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗଦାନ କରି ୧୫ ଜଣ ସିକିଲ ସେଲ ହିତାଧିକାରୀଙ୍କୁ ସିକିଲସେଲ କାର୍ଡ ପ୍ରଦାନ କରିଛନ୍ତି l କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତି, ଜିଲ୍ଲା ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୈତ୍ୟ ନାରାୟଣ ପାଢ଼ୀ,ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ ଅଦାବର, ଡି ପି ଏମ ଶ୍ରୀ ବିଶ୍ୱମ୍ବର ବେହେରା, ପ୍ରମୁଖ ଉପସ୍ଥିତ ରହିଥିଲେ l ସେହିପରି ଏହି ଶୁଭ ଅବସରରେ ଜିଲ୍ଲାର ସମସ୍ତ ୮୯ ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବକ ଚି଼ହ୍ନଟ ହିତାଧିକାରୀଙ୍କୁ ସିକିଲସେଲ କାର୍ଡ ପ୍ରଦାନ କରାଯାଇଛି l ଅନୁଷ୍ଠିତ ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ତଥ୍ୟ ପରିଚାଳକ ପ୍ରଦୀପ ସାହୁ,ଡେପୁଟି ମ୍ୟାନେଜର ସୁଧାଂଶୁ ନାୟକ,ସହ କାର୍ଯ୍ୟକ୍ରମ ପରିଚାଳକ ତରଣୀ ସେନ ପ୍ରଧାନ,ଜିଲ୍ଲା ହିସାବ ପରିଚାଳକ ସରୋଜ ପଣ୍ଡା,ସିକିଲ ସେଲ ପରିଚାଳକ ଲେନିନ ପ୍ରଭା ସାହୁ ପ୍ରମୁଖ ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା l