Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁମ୍ବାଇତଟରକ୍ଷୀ ବାହିନୀରେ କାର୍ଯ୍ୟରତ ବ୍ରହ୍ମପୁର ରଯବାନଙ୍କ ପରଲୋକ।

ଗୋପାଳପୁର,୦୧/୦୭ ମୁମ୍ବାଇ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ରରେ କାର୍ଯ୍ୟରତ ତଟରକ୍ଷୀ ବାହିନୀର ଯବାନଙ୍କ ଦେହାନ୍ତ ହୃଦଘତରେ ଦେହାନ୍ତ ଘଟିଛି। ତଟରକ୍ଷୀ ବାହିନୀରେ ଆର ଏନ୍ ପି ଭାବେ କାର୍ଯ୍ୟରତ ଡି ଅଭିନାଶ ରେଡି ଗତକାଲି ମୁମ୍ବାଇ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ରଠାରେ ମୃତ୍ୟୁ ଘଟିଛି । ସହିଦ୍ ଡି ଅଭିନାଶ ରେଡିଙ୍କ ଘର ଵ୍ରହ୍ମପୁର ଲାଞ୍ଜିପୁଲ୍ଲୀ ନିକଟସ୍ଥ ଉମାନଗର ଅଷ୍ଟମ ଲାଇନ୍ ରେ ବୋଲି ଜଣା ପଡିଛି । ସେ ୩୦ ତାରିଖରେ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ରଠାରେ କାର୍ଯ୍ୟରତ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭ କରିଥିଲେ , ସେଠାରେ ଅଚେତ ହୋଇପଡ଼ିଥଲେ । ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ଡକ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଇଥିଲା ।
ସହିଦ୍ ଡି ଅଭିନାଶ ରେଡି ମୃତ ଶରୀର ମୁମ୍ବାଇ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ର ଠାରୁ ବ୍ରହ୍ମପୁରସ୍ଥିତ ତାଙ୍କ ଭବନକୁ ଅଣାଯାଇଛି। ସେଠାରେ ତାଙ୍କୁ ଆଇ ଏନ୍ ଏସ୍ , ବ୍ରହ୍ମପୁତ୍ର ଏବଂ ଆଇ ଏନ୍ ଏସ ଚିଲିକାରୁ ଆସିଥିବା ତଟରକ୍ଷୀ ବହିନୀଙ୍କ ଦ୍ଵାରା ଗାର୍ଡ ଅପ୍ ଅନର୍ ଦିଆଯାଇି, ଲାଞ୍ଜିପାଲି ସଂସ୍ମାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସେ ଡି ରମେଶ ରେଡି ଏବଂ ଡି ଅର୍ଚ୍ଚନା ରେଡ୍ଡୀଙ୍କ ସୁ-ପୁତ୍ର ଥିଲେ। ସେ ଗତ ଦେଢବର୍ଷ ହେବ ଡି ପୂଜା ରେଡିଙ୍କୁ ବିବାହ କରିଥିଲେ। ପାରିବାର ଏକମାତ୍ର ରୋଜଗାରିଆ ପୁତ୍ର ଚାଲିଯିବା ଦୁଃଖରେ ପରିବାର ଲୋକେ ବର୍ତ୍ତାମନ୍ ଭାଙ୍ଗିପଡ଼ିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories