Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ସାମ୍ୱାଦିକ ଜଗନମୋହନଙ୍କ ବିୟୋଗରେ ବ୍ରହ୍ମପୁରରେ ସାମ୍ୱାଦିକଙ୍କ ପକ୍ଷରୁ ଶୋକସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା (ସ୍ୱର୍ଗତ ଜଗନମୋହନ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି- ଦକ୍ଷିଣାଞ୍ଚଳ ଆଇ.ଜି )

ଗୋପାଳପୁର,୦୧/୦୭, ବ୍ରହ୍ମପୁରର ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗ ଓଡିଶା ଗଣମାଧ୍ୟମ ଜଗତରେ ଅପୂରଣୀୟ କ୍ଷତି । ସ୍ୱାସ୍ଥ ପାଇଁ ସଦାସର୍ବଦା ନିଜେ ସଚେତନ ହେବା ସହିତ ସବୁବେଳେ କିପରି ଜୀବନରେ ସମସ୍ତେ ଫିଟ୍ ହୋଇ ରହିବେ ସେ ନେଇ ବାର୍ତ୍ତା ଦେଇ ଆସୁଥିବା ଜଣେ ବରିଷ୍ଠ ସାମ୍ୱାଦିକ ଶେଷରେ ଦୃଦଘାତରେ ଜୀବନ ଚାଲିଯିବା ଘଟଣା ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ଶୋଖର ଛାୟା ଖେଳିଯାଇଛି । ବ୍ରହ୍ମପୁର ପ୍ରେସ କ୍ଲବ ପରିସରରେ ଆୟୋଜିତ ଶୋକସଭାରେ ଯୋଗ ଦେଇ ଏପରି ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି ଦକ୍ଷିଣାଞ୍ଚାଳ ଆଇ.ଜି ସତ୍ୟବ୍ରତ ଭୋଇ । ଗତ ଗୁରୁବାର ଦିନ ବରିଷ୍ଠ ସାମ୍ୱାଦିକ ଜଗନମୋହନ ମହାପାତ୍ରଙ୍କ ବିୟୋଗ ଘଟିବା ଘଟଣା କେବଳ ବ୍ରହ୍ମପୁର କାହିଁକି ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଥିବା ବେଳେ ବ୍ରହ୍ମପୁରର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଏହି ଅବସରରେ ଦୀର୍ଘ ବର୍ଷ ଧରି ସାମ୍ୱାଦିକ ମାନଙ୍କ ସହିତ ବରିଷ୍ଠ ସାମ୍ୱାଦିକଙ୍କ ସଂପର୍କ ଏବଂ ନୂତନ ସାମ୍ୱାଦିକ ତିଆରି କରିବାରେ ଜିତୁ ଭାଇନା ଙ୍କ ଉପଦେଶ ଓ ପରାମର୍ଶକୁ ନେଇ ସ୍ମୃତିଚାରଣ କରିଥିଲେ ।
ପରେ ସହରର ଗାନ୍ଧିନଗର ଛକ ଠାରେ ବରିଷ୍ଠ ସାମ୍ୱାଦିକ ଜଗନମୋହନଙ୍କ ବିୟୋଗରେ ସ୍ମୃତିରାଚଣ କରାଯିବା ସହ ନୀରବ ପ୍ରାର୍ଥନା କରାଯାଇ କ୍ୟାଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ସହରର ଗଣମାଧ୍ୟମର ପ୍ରତିନିଧି ମାନେ । ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଆଇ.ଜି ସତ୍ୟବ୍ରତ ଭୋଇ ଙ୍କ ସମେତ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ବିନୋଦ ବେହେରା ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମ ଠାରୁ ଆରମ୍ଭ କରି ଏକାଧାରରେ ସାହିତ୍ୟକ , ନାଟ୍ୟକାର ଠାରୁ ଆରମ୍ଭ କରି ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ଯୋଗଦାନ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସକାଳ ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ତଥା ବରିଷ୍ଠ ସାମ୍ୱାଦିକ ଶକ୍ତିଧର ରାଜଗୁରୁ , ବରିଷ୍ଠ ସାମ୍ୱାଦିକ ଅଶୋକ କୁମାର ବ୍ରହ୍ମା , ହେମାଙ୍ଗ ରାଉଳ , ଗୋପାଳ ପଟ୍ଟନାୟକ , ସମୀର କୁମାର ଆଚାର୍ଯ୍ୟ ,ନାରାୟଣ ମହାଙ୍କୁଡ ,ଶିବରାମ ଚୌଧୁରୀ , ରଶ୍ମିତା ପାଣିଗ୍ରାହୀ ,ସୁଦୀପ ସାହୁ, ଜାନକୀ ପଟ୍ଟନାୟକ,ଦେବହରି ବେହେରା, ଲକ୍ଷ୍ମୀ ବେଜ୍, ଆର୍ଶିବାଦ ରାଉତ,ବିଶ୍ଵନାଥ ମାରଣା , କୈଳାଶ ବେହେରା, ସ୍ଵାଧୀନ କୁମାର ସାହୁ, ଅନନ୍ତ ପ୍ରଧାନ, ପ୍ରଶାନ୍ତ ଦାସ, ସତ୍ୟ ଚେତନ ପରିଡ଼ା, ସୋମନାଥ ସାହୁ, ମାନସ ବିଷୋୟୀ, ପ୍ରହଲ୍ଲାଦ ସାହୁ, କ୍ଷୀରସିନ୍ଧୁ ମହାନ୍ତି, ଗୋପାଳ ରେଡ୍ଡି, ପିଣ୍ଟୁ ବେହେରା, ପି ସୁବ୍ରମଣ୍ୟମ ସ୍ୱାମୀ, ଗୌରୀ ଶଙ୍କର ମିଶ୍ର, ପ୍ରଦୀପ୍ତ ପରିଛା, ପ୍ରଶାନ୍ତ ଜେନା, ଫିନୋଜ ପ୍ରଧାନ, ଲିକୁ ଡାକୁଆ, ଅଭିରାମ ପାତ୍ର, ଶରତ ସିଂ, ରୂପକ ମହାନ୍ତି, ରୁପେଶ ପଣ୍ଡା, ଉମା ଶଙ୍କର ମିଶ୍ର, ଦୟାନନ୍ଦ ସାହୁ, ଝିଲ୍ଲି ସାହୁ, ଦିନେଶ ପଟ୍ଟନାୟକ, କିରଣ କୁମାର ମିଶ୍ର, ବନିତା ବେହେରା, ହିମାଂଶୁ ସାବତ, ବାବୁଲା ପାଣିଗ୍ରାହୀ, ନିର୍ମଳ ସାହୁ, ଲଡୁ କିଶୋର ପାତ୍ର, ଚନ୍ଦନ ସାହୁ,ଲଲାଟେନ୍ଦୁ ଚୌଧୁରୀ , ଉମା ଶଙ୍କର ପାଣିଗ୍ରାହୀ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories