Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୂରିଲା ମାସେ; ଏବେ ବି ସନ୍ଦେହ ଘେରରେ ଦୁର୍ଘଟଣା

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ପୂରିଲା ମାସେ। ଜୁନ୍ ୨ ତାରିଖ ରେ ଘଟିଥିବା ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଆଜି ବି ଲୋକଙ୍କ ମନରେ ତାଜା ରହିଛି। ସେହି ଦିନ କରମଣ୍ଡ ଏକ୍ସପ୍ରେସ ଓ ଆଉ ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଟ୍ରେନ୍‌ ଦୁର୍ଘଟଣା ଥିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୨୯୩ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ‌ଯାତ୍ରୀ ଆହତ ହୋଇଥିଲେ। ଏବେ ବି ଚାଲିଛି ମୃତଦେହ ଚିହ୍ନଟ।

ସେପଟେ ଦୁର୍ଘଟଣାଗ୍ରସ୍ତ ରୁଟ୍ ଦେଇ ଟ୍ରେନ୍ ଚଳାଚଳ ମଧ୍ୟ ସଂପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇପାରୁନି। ଏବେବି ପ୍ରତିଦିନ ଟ୍ରେନ୍ ବାତିଲ କରାଯାଉଛି। କିଛି ଟ୍ରେନ୍ ଚଳାଚଳ କରୁ ନଥିବାରୁ ସ୍ଥାନୀୟ ଲୋକେ ଯାତାୟତରେ ସମସ୍ୟା ହେଉଛି। ନିକଟରେ ବାହାନଗା ରେଳ ଷେ୍ଟସନରୁ ପୁଣି ଥରେ ଆରମ୍ଭ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଘଟଣା ପଛରେ ଅନେକ କଥା ଅସ୍ପଷ୍ଟ ହୋଇ ରହିଛି । ଏବେ ବି ପୂରା ଘଟଣା ସନ୍ଦେହ ଘେରରେ ରହିଛି।

More Stories