ବୀରମହାରାଜପୁର : ବୀରମହାରାଜାପୁର ଆଦର୍ଶ ଥାନା ପରିସରରେ ଶନିବାର ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଥାନା ଅଧିକାରୀ ରାଜେଶ୍ୱରୀ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଅଞ୍ଚଳର ବହୁ ବରିଷ୍ଠ ନାଗରିକ , ବୁଦ୍ଧିଜୀବୀ , ସଚେତନ ନାଗରିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଥାନା ଅଞ୍ଚଳରେ ଆଇନ୍ ଶୃଙ୍ଖଳା , ପୁଲିସ ପେଟ୍ରୋଲିଂ , ଛକ ରେ ଟ୍ରାଫିକ ସମସ୍ୟା ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା I ଶେଷରେ ଏ ଏସ୍ ଆଇ ପ୍ରଭାତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l
ବୀରମହାରାଜପୁର ଆଦର୍ଶ ଥାନାରେ ଆମ ପୁଲିସ ସମିତି କାର୍ଯ୍ୟକ୍ରମ
