Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Loksabha Election 2024 Survey: ଆଜି ଲୋକସଭା ନିର୍ବାଚନ ହେଲେ କାହାର ହେବ ସରକାର, କଂଗ୍ରେସ-ବିଜେପିକୁ ମିଳିବ କେତେ ସିଟ୍

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନକୁ ଗୋଟିଏ ବର୍ଷରୁ କମ ସମୟ ବାକି ରହିଛି। ଶାସକ ବିଜେପିଠୁ ନେଇ ସମସ୍ତ ବିରୋଧୀ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବିଜେପିକୁ ମାତ୍ ଦେବା ପାଇଁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିରୋଧୀ ମେଣ୍ଟ ଗଠନ ନେଇ ପ୍ରୟାସ ଜାରି ରହିଛି। ଏହି ସବୁ ମଧ୍ୟରେ ଲୋକଙ୍କ ମନରେ ମଧ୍ୟ ପ୍ରଶ୍ନ ଉଠୁଛି ଯେ, ଜନତାଙ୍କ ମୋଡ୍ କେମିତି ରହିଛି। ଯଦି ଆଜି ନିର୍ବାଚନ ହୁଏ ତେବେ ବିଜେପି କଣ ପୁନର୍ବାର ସରକାର ଗଢିବ ନା କଂଗ୍ରେସର ପ୍ରତ୍ୟାବର୍ତ୍ତନ ଘଟିବ। ଏହାକୁ ନେଇ ଟାଇମ୍ସନାଓ ନବଭାରତ ଏବଂ ଇଟିଜି ଦ୍ଵାରା କରାଯାଇଥିବା ଏକ ସର୍ଭେ ସାମ୍ନାକୁ ଆସିଛି।

ଓପିନିୟନ ପୋଲରୁ ଜଣା ପଡିଛି ଯେ, ବିଜେପି ନେତୃତ୍ଵାଧୀନ ଏନଡିଏ ପୁନର୍ବାର ସରକାର ଗଠନ କରିବା ନିଶ୍ଚିତ ଲାଗୁଛି। ସର୍ଭେରେ ବିଜେପି ମେଣ୍ଟକୁ ୨୮୫ରୁ ୩୨୫ ପର‌୍ୟ୍ୟନ୍ତ ସିଟ୍ ମିଳିବାର ପୂର୍ବାନୁମାନ କରାଯାଇଛି। କଂଗ୍ରେସ ମେଣ୍ଟ ୧୧୧ରୁ ୧୪୯ ସିଟ୍ ଅକ୍ତିକାର କରିପାରେ। କଂଗ୍ରେସର ସିଟ୍ ବଢୁଥିବା ଅନୁମାନ କରାଯାଇଛି। ଏହା ବ୍ୟତୀତ ମମତା ବାନାର୍ଜୀଙ୍କ ଟିଏମସି ୯ରୁ ୧୧, ଆମ୍ ଆଦମୀ ପାର୍ଟି ୪ରୁ୭, ଓ୍ଵାଇଏସଆରସିପି ୨୪ରୁ ୨୫, ବିଜୁ ଜନତା ଦଳ ୧୨ରୁ ୧୪, ବିଆରଏସ ୯ରୁ୧୧, ସପା ୪ରୁ ୮ ଏବଂ ଅନ୍ୟକୁ ୧୮ରୁ ୩୮ ଭିତରେ ସିଟ୍ ମିଳିପାରେ। ସର୍ଭେରେ ଏଜେନ୍ସି ଅଧିକରୁ ଅଧିକ ଲୋକଙ୍କ ମତାମତ ନେବାକୁ ଚେଷ୍ଟା କରିଛି। ପାଖାପାଖି ୧ ଲକ୍ଷ ୩୫ ହଜାର ଲୋକ ସର୍ଭେରେ ସାମିଲ୍ ହୋଇ ନିଜର ମତ ରଖିଛନ୍ତି। ଏଥିରୁ ୬୦ ପ୍ରତିଶତ ଲୋକଙ୍କ ରାୟ ଫୋନ ମାଧ୍ୟମରେ ନିଆଯାଇଥିବା ବେଳେ ୪୦ ପ୍ରତିଶତ ଲୋକଙ୍କ ପାଖକୁ ଯାଇ ପ୍ରଶ୍ନ କରାଯାଇଛି।

ଆଜି ନିର୍ବାଚନ ହେଲେ କାହାକୁ ମିଳିବ କେତେ ସିଟ୍
ବିଜେପି ମେଣ୍ଟ- ୨୮୫ରୁ ୩୨୫
କଂଗ୍ରେସ ମେଣ୍ଟ- ୧୧୧ରୁ ୧୪୯
ଟିଏମସି- ୨୦ରୁ ୨୨
ଓ୍ଵାଇଏସଆରସିପି- ୨୪ରୁ ୨୫
ବିଜେଡି- ୧୨ରୁ ୧୪
ବିଆରଏସ- ୯ରୁ ୧୧
ଆପ୍- ୪ରୁ ୭
ସପା- ୪ରୁ ୮
ଅନ୍ୟ- ୧୮ରୁ ୩୮

ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ମଧ୍ୟ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ଇଣ୍ଡିଆ ଟୁଡେ ଏବଂ ସି ଭୋଟର ଦ୍ଵାରା କରାଯାଇଥିଲା। ଏଥିରେ ମଧ୍ୟ ବିଜେପି କ୍ଷମତାକୁ ଫେରୁଥିବା କଂଗ୍ରେସର ସିଟ୍ ସଂଖ୍ୟା ବଢୁଥିବା ପୂର୍ବାନୁମାନ କରାଯାଇଥିଲା। ଭାରତ ଯୋଡୋ ଯାତ୍ରାର ଲାଭ ରାହୁଲ ଗାନ୍ଧୀଙ୍କୁ ମିଳୁଥିବା କୁହାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ