Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିବାକୁ ଯାଉଛି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ଅଜିତ୍ ପାଓ୍ଵାର ନେବେ ଏକନାଥଙ୍କ ଜାଗା: ସଞ୍ଜୟ ରାଉତ

ମୁମ୍ବାଇ: ରବିବାର ମହାରାଷ୍ଟ୍ର ରାଜନୀତିରେ ଘଟିଥିବା ଅପ୍ରତ୍ୟାଶିତ ଘଟଣାକ୍ରମ ଜାତୀୟ ରାଜନୀତିରେ ମଧ୍ୟ ଚହଳ ପକାଇଛି। ଗୋଟିଏ ଘଣ୍ଟାରେ ରାଜ୍ୟର ରାଜନୈତିକ ଚିତ୍ର ବଦଳି ଯାଇଛି। ଏହାକୁ ନେଇ ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ନେତା ସଞ୍ଜୟ ରାଉତ ସୋମବାର କହିଛନ୍ତି ଯେ, ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି(ଏନସିପି)ର ନେତା ଅଜିତ୍ ପାଓ୍ଵାର ଯିଏ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି, ଖୁବ୍ ଶୀଘ୍ର ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନ ନେବେ।

ରାଉତ କହିଛନ୍ତି, ପ୍ରାୟ ଏକ ବର୍ଷେ ପୂର୍ବେ ଶିବସେନାରେ ବିଭାଜନର ଅଂଶ ଥିବା ୧୬ ବିଧାୟକ ଅଯୋଗ୍ୟ ହେବାକୁ ଯାଉଛନ୍ତି। ଆଜି ମୁଁ କ୍ୟାମେରା ସାମ୍ନାରେ କହୁଛି ଯେ, ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ବଦଳିବାକୁ ଯାଉଛି। ଏକନାଥ ସିନ୍ଦେଙ୍କୁ ହଟାଯିବ ଏବଂ ଅଜିତ୍ ପାଓ୍ଵାର ମୁଖ୍ୟମନ୍ତ୍ରୀ ହେବେ। ଏସବୁ ପରେ ବି ଆଗାମୀ ବିଧାନସଭା ନିର୍ବାଚନରେ ଶିବସେନା, ଏନସିପି ଏବଂ କଂଗ୍ରେସ ଏକଜୁଟ୍ ହୋଇ ନିର୍ବାଚନ ଲଢିବେ। ବିଜେପି ଦଳ ଶିବସେନା, ଏନସିପି ଏବଂ କଂଗ୍ରେସକୁ ଭାଙ୍ଗିବାରେ ଲାଗିଛି, ମାତ୍ର ଏଥିରେ କୌଣସି ଫାଇଦା ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୨ ଜୁନରେ ଏକନାଥ ସିନ୍ଦେଙ୍କ ନେତୃତ୍ଵରେ ଶିବସେନାର ବିଧାୟକମାନେ ବିଦ୍ରୋହ କରିଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ଗୋଷ୍ଠୀ ବିଜେପି ସହ ମିଶି ସରକାର ଗଠନ କଲେ। ପୁଣି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ଦେବେନ୍ଦ୍ର ଫଡଣବିସ ଉପମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିଥିଲେ। ତେବେ ସେହି ସମୟରେ ଶିବସେନାର ବିଦ୍ରୋହୀ ନେତା କହିଥିଲେ ଯେ, ଏନସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରିବା ହିନ୍ଦୁତ୍ଵ ବିଚାରଧାରା ବିରୋଧରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ