Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫେରାର ଅଭିଯୁକ୍ତଙ୍କ ଘର ସମ୍ମୁଖରେ ନୋଟିସ ଲଗେଇଲା ପୋଲିସ.। ମାସକ ମଧ୍ୟରେ କୋର୍ଟରେ ହାଜର ନହେଲେ ସ୍ଥାବର ଅସ୍ଥାବର ସମ୍ପତି ବାଜ୍ୟାପ୍ତି ।

ଗୋପାଳପୁର,୦୩/୦୭, ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ କୋର୍ଟରୁ ଜାମିନ ପାଇ ଫେରାର ଥିବା ଗୋବିନ୍ଦନଗର ଗାଁ ଦେଉଳ ସାହିର ଦେବରାଜ ସାହୁ ଙ୍କ ଘର ଆଗରେ ଗୋଳନ୍ଥରା ପୋଲିସ ଆଜି ନୋଟିସ ଲଗେଇବା ସହ ଏକ ମାସ ମଧ୍ୟରେ କୋର୍ଟରେ ହାଜର ନ ହେଲେ ତାଙ୍କ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତି ବାଜ୍ୟାପ୍ତି କରାଯିବ ବୋଲି ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସାହିରେ ଘୋଷଣା କରିଛି l ପୁଲିସ ର ସୂଚନା ମୁତାବକ ୨୦୨୦ ୭ ଅକ୍ଟୋବର ରେ ଫେରାର ଅଭିଯୁକ୍ତ ଦେବରାଜ ସାହୁ ଏକ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅପହରଣ କରି ନେବା ସହ ଦୁଷ୍କର୍ମ କରିଥିବା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ୨୭୫/୨0୨0ରେ ଏକ ମାମଲା ରୁଜୁ କରି ନାବାଳିକାକୁ ଉଦ୍ଧାର କରିବା ସହ ଦେବରାଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l କିଛି ମାସ ପରେ ଦେବରାଜ ଜାମିନ ପାଇ ଜେଲରୁ ଆସି ଫେରାର ହୋଇଯାଇଥିଲା l ଅଦାଲତ ପକ୍ଷରୁ ବିଭିନ୍ନ ସମୟରେ ନୋଟିସ ଜାରୀ କରାଯାଇଥିଲେ ମଧ୍ୟ ଅଭିଯୁକ୍ତ ଦେବରାଜ ଅଦାଲତରେ ହାଜର ହୋଇନଥିଲା l ଏ ନେଇ ଅଦାଲତ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରୀ କରାଯାଇଥିଲା l ଆଜି ସନ୍ଧ୍ୟା ସାଢେ ୫ ଟାରେ ପ୍ରବେଶନ ଆଇପିଏସ ଅଙ୍କିତ କୁମାର ବର୍ମା, ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ, ଏସଆଇ ଜ୍ଞାନ ରଞ୍ଜନ ସାହୁ ପ୍ରମୁଖ ଗୋବିନ୍ଦନଗରରେ ଅଭିଯୁକ୍ତ ଦେବରାଜ ଙ୍କ ଘର ସମ୍ମୁଖରେ ପହଞ୍ଚି ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଷଣା କରିବା ସହ ଅଭିଯୁକ୍ତ ବାପା ମାକୁ ନୋଟିସ ଦେବା ସହ ଘର ସମ୍ମୁଖରେ ଏକ ନୋଟିସ ଟାଙ୍ଗୀ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories