Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ଦିର ଜମିରେ ବେନିୟମରେ ରାସ୍ତା ନିର୍ମାଣ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ଗୋପାଳପୁର: ଡୁରା ପଞ୍ଚାୟତରେ ଥୂବା ମୁକ୍ତେଶ୍ଵର ମହାପ୍ରଭୁଙ୍କ ନାମରେ ରହିଥିବା ଜମିରେ ବେ ନିୟମରେ ୩୦ଫୁଟିଆ ରାସ୍ତା ହୋଇଥିବା ନେଇ ପଞ୍ଚାୟତ ବାସୀଙ୍କ ତରଫରୁ ଦେବୋତ୍ତର ବିଭାଗ ସଚିବ, ଜିଲ୍ଲପାଳ, ଉପ ଜିଲ୍ଲପାଳ, ତସିଲଦାର,୫-ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଗ୍ଅରାମବାସୀଙ୍କ ପକ୍ଷରୁ ଅଭିଯୋଗ ପତ୍ର ଦିଆଯାଇଛି l ଅଭିଯୋଗ ଅନୁଯାୟୀ ଡୁରା ପଞ୍ଚାୟତ ଅଧୀନରେ ଥିବା ବହାଦୁରପେଟା ନିକଟସ୍ଥ ରାସ୍ତା କଡ଼ରେ ଥିବା ମନ୍ଦିର ଜମିରେ ପ୍ଲଟ ବ୍ୟବସାୟୀ ମାନେ ବେ ନିୟମରେ ୩୦ଫୁଟିଆ ରାସ୍ତା ନିର୍ମାଣ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏହାର ତୁରନ୍ତ ସମାଧାନ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି l ଏହାର ସମାଧାନ ନ ହେଲେ ଆଗାମୀ ରାସ୍ତାକୁ ଓହ୍ଲାଇବେ ବୋଲି ପଂଚାୟତ ବାସୀ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories