Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ରେ ଐତିହାସିକ ଆଷାଢ଼ ପୁର୍ଣିମା କଣ୍ଢେଇ ଯାତ୍ରା ହଜି ଯାଉଥିବା ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ପ୍ରୟାସ

ଗୋପାଳପୁର ,୦୩/୦୭ ଐତିହାସିକ ଆଷାଢ଼ ପୂର୍ଣ୍ଣିମା କଣ୍ଢେଇ ଯାତ୍ରା ବ୍ରହ୍ମପୁର ରେ ବେଶ୍ ଧୁମଧାମରେ ପାଳିତ ହୋଇ ଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ମହାନଗର ନିଗମ ଡେପୁଟି କମିଶନର ବିନୋଦ ବେହେରା, ସଂସ୍କୃତି ଗବେଷକ ହୃଷୀକେଶ ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ସମାଜସେବୀ ନିରଞ୍ଜନ ପାଣିଗ୍ରାହୀ ଯୋଗ ଦେଇଥିଲେ । ଦୀର୍ଘ ୧୨ ଧରି ବ୍ରହ୍ମପୁର ଖାସ୍ପା ସାହିରେ ଏହି ଯାତ୍ରା “ଆମ ସଂସ୍କୃତି ଆମ ପରମ୍ପରା” ଅନୁଷ୍ଠାନ ସଭାପତି ସୂର୍ଯ୍ୟ ଦାସ, ସମ୍ପାଦକ ଗୋପାଳ ପଟ୍ଟନାୟକ, ନାରାୟଣ ମହାଙ୍କୁଡ ଉଜ୍ଜୀବିତ କରି ଆସୁଥିବା ବେଳେ ଏଥିରେ ବ୍ରହ୍ମପୁର ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ବ୍ୟବସାୟୀ ସାମିଲ ହୋଇଥାନ୍ତି । ଆଉ ଏହି କଣ୍ଢେଇ ଯାତ୍ରାକୁ ଉପୋଭଗ କରିବା ପାଇଁ ବହୁ ଲୋକେ ସାମିଲ ମଧ୍ୟ ହୋଇଥାନ୍ତି । ପୂର୍ବେ କଣ୍ଢେଇ ଯାତ୍ରାରେ ହାତ ତିଆରି ଗୋବର, ମାଟି, ଚିନି ଶିରା, କାଠ ସମେତ ଅନ୍ୟାନ୍ୟ ପଦାର୍ଥରେ ନିର୍ମିତ କଣ୍ଢେଇର ଚାହିଦା ରହିଥିଲା । କାଳକ୍ରମେ ଆଧୁନିକତାର ଛାପରେ ପ୍ଲାଷ୍ଟିକ କଣ୍ଢେଇ, ଉଲ୍, ସିନ୍ଥେଟିକରେ ନିର୍ମିତ କଣ୍ଢେଇର ବର୍ତ୍ତମାନ ଆଦର ରହିଛି । କିନ୍ତୁ ପରମ୍ପରା ବଜାୟ ରଖିବା ପାଇଁ ହାତ ଗଣତି ବ୍ୟବସାୟୀ ଆଜି ପର୍ଯ୍ୟନ୍ତ ମାଟିରେ ନିର୍ମିତ ହାତୀ, ଘୋଡ଼ା, ମୟୂର, ହରିଣ, ତ୍ରୀମୃତି ଜଗନ୍ନାଥ, ରାଧାକୃଷ୍ଣ ଙ୍କ ଛୋଟ ଛୋଟ ମୃତି ର ବିକ୍ରିବଟା କରିବା ପାଇଁ ଆସିଥାନ୍ତି । ଯଦିଓ ଲୋପ ପାଇବାକୁ ବସିଥିବା ଏହି କଣ୍ଢେଇ ଯାତ୍ରା ର ଆଗ ଭଳି ଭିଡ଼ ଦେଖିବାକୁ ମିଳୁନାହିଁ ତଥାପି ଇତିହାସ ପୃଷ୍ଠାରେ ଏହି ଯାତ୍ରା ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଆଜକୁ ୪୦୦ ବର୍ଷର ଏହି ଯାତ୍ରା ପ୍ରଥମେ ମହୁରି ରାଜବଂଶ ଅମଳରୁ ଆରମ୍ଭ ହୋଇଥିଲା । ପୂର୍ବେ ମହୁରୀ ଗଡର ପେଣ୍ଠ ସ୍ଥଳୀ ଥିଲା ବର୍ତ୍ତମାନର ଖାଷ୍ପା ସାହି । ଗଡ ଆଖ ପାଖ ଅଞ୍ଚଳରୁ ବହୁ ବ୍ୟବସାୟୀ ଓ ଲୋକେ ଏହି ଯାତ୍ରା ଦେଖିବା ସହ ପିଲାଙ୍କ ନିମନ୍ତେ ହାତ ତିଆରି କଣ୍ଢେଇ କିଣିବା ପାଇଁ ଭିଡ଼ ଜମାଉଥିଲେ । ଆଉ ଏହି ଯାତ୍ରାରେ ବ୍ୟବସାୟୀ ବିଭିନ୍ନ ରକରମ ହାତ ତିଆରି କଣ୍ଢେଇ ବିକ୍ରିବଟା କରି ବେଶ୍ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରୁଥିଲେ । ଏହାସହ ପୂର୍ବେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ହେଉଥିଲା । ଆଉ ଝିଅକୁ ବିବାହ କରିବା ପରେ ଝିଅ ସହ ବିଭିନ୍ନ ରକମର କଣ୍ଢେଇ ଦେଇ ବିଦାୟୀ କରୁଥିବାର ପ୍ରଥା ରହିଥିଲା । କିନ୍ତୁ କାଳକ୍ରମେ ମହୁରୀ ଗଡ ଇଂରେଜ ମାନେ ଅକ୍ତିଆର କରିବା ପରେ ଏହି ପରମ୍ପରା ଲୋପ ପାଇଥିଲା । କିନ୍ତୁ ଏହି ପରମ୍ପରାକୁ ପୁନର୍ଜୀବିତ କରିବା ଲକ୍ଷ ନେଇ ଗତ ୧୭ ବର୍ଷ ଧରି “ଆମ ସଂସ୍କୃତି ଆମ ପରମ୍ପରା” ଏହି ଯାତ୍ରା କରି ଆୟାଜନ କରି ଆସୁଛି । ଗତ କରୋନା ମହାମାରୀ ଯୋଗୁଁ ୪ ବର୍ଷ ଏହି ଯାତ୍ରା ବନ୍ଦ ରହିଥିଲା । ତେବେ ଆଜି ୧୨ ତମ ଏହି ଯାତ୍ରା ପାଳନ କରୁଛି ଆମ ସଂସ୍କୃତି ଆମ ପରମ୍ପରା । ଯାତ୍ରା ସହ ଚଟପଟା ଖାଦ୍ୟ ସାଙ୍ଗକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା କମିଟି ପକ୍ଷରୁ । ଯାତ୍ରାର ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବଡ଼ ବଜାର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରିଥିଲେ । କାର୍ଯ୍ୟକ୍ରମରେ ସାଂସ୍କୃତିକ ସମ୍ପାଦକ ସୁଦିପ ସାହୁ ଓ ରଶ୍ମିତା ଦଳାଇ ମଞ୍ଚ ସଂଚଳନା କରିଥିବାବେଳେ ଅଭିରାମ ପାତ୍ର, ଏ.ରବୀନ୍ଦ୍ର କୁମାର ଦାସ ସହଯୋଗ କରିଥିଲେ ।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories