Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଡାକ୍ତରଖାନା ରେ ରୋଗୀ କୁ ସହାୟତା କରିବାକୁ ଆସି କର୍ମଚାରୀ ଙ୍କ ଦୁର୍ବ୍ଯବହାର ର ଶିକାର ହେଲେ ସମାଜସେବୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ରେ ରୋଗି କୁ ସେବା ସହାୟତା କରିବାକୁ ଆସି କର୍ମଚାରୀଙ୍କ ଦୁର୍ବ୍ୟବହାର ର ଶିକାର ହୋଇଥିବା ନେଇ ଆଜି ଉପଖଣ୍ଡ ଚିକିତ୍ସାଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଆଗ୍ରଣି ସ୍ବେଛାସେବି ଅନୁଷ୍ଟାନ ର ବରିଷ୍ଟ ସଦସ୍ୟ । ସୁଚନା ଅନୁସାରେ ଗତକାଲି ବଙ୍କିଆ ଗ୍ରାମର ଜୈନିକ ମହିଳା କୈାଣସି କାରଣ ରୁ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିବା ବେଳେ ରକ୍ତର ଆବଶ୍ୟକ ବୋଲି ଡାକ୍ତର କହିବା ପରେ ଗରିବ ଅସହାୟ ମହିଳା ଙ୍କ ପରିବାର କଣ କରିବ ଜାଣି ନ ପାରି ବୀରମହାରାଜପୁର ଅଞ୍ଚଳର ଆଗ୍ରଣି ସ୍ବେଛାସେବୀ ଅନୁଷ୍ଟାନ ସିୟା ପରିବାରର ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଥିଲେ । ସୁଚନା ପାଇ ଅନୁଷ୍ଟାନର ବରିଷ୍ଠ ସଦସ୍ୟ ଦୁର୍ଯୋଧନ ମେହେର ଡାକ୍ତରଖାନା ରେ ପହଞ୍ଚି ରୋଗି ର ଭଳମନ୍ଦ ବୁଝିବା ସହ ରକ୍ତ ଆବଶ୍ୟକ ଥିବାରୁ ଡାକ୍ତରଖାନାର ଲାବଟେକନିସିଏନ ଙ୍କୁ ପଚାରିବା କୁ ଲାବ କୁ ଯାଇଥିବା ବେଳେ ଟେକନିସିନ ଅନୁପସ୍ଥିତ ଥିବାରୁ କିଛି ସମୟ ଅପେକ୍ଷା ପରେ ମଧ୍ୟ କର୍ମଚାରି ଜଣକ ନ ଆସିବାରୁ ତାଙ୍କୁ ଫୋନ କରିଥିଲେ l କିନ୍ତୁ ସେ ଫୋନ ଗ୍ରହଣ କରିନଥିବା ବେଳେ ବହୁ ସମୟ ପରେ ଡାକ୍ତରଖାନା କୁ ଆସି ସମାଜସେବୀ ଶ୍ରୀ ମେହେର ଟେକନିସିଆନ ଲାକ୍ରା ବାବୁଙ୍କୁ ପଚାରିବାରୁ ଲାକ୍ରାବାବୁ ରାଗି ଯାଇ ବହୁ ରୋଗି ଏବଂ ରୋଗି ସମ୍ପର୍କିୟ ଙ୍କ ସମ୍ବୁଖରେ ଶ୍ରୀ ମେହେରଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ l ଏପରି ଘଟଣାରେ ଶ୍ରୀ ମେହେର ମାନସିକ ଭାବେ ଆଘାତ ପାଇବା ସହ ଲଜ୍ୟା ଅନୁଭବ କରିଥିଲେ । ତେବେ ଏ ନେଇ ଆଜି ଆଗ୍ରଣି ସ୍ବେଛାସେବୀ ଅନୁଷ୍ଟାନ ର କର୍ମକର୍ତ୍ତା ଙ୍କ ଗହଣରେ ଡାକ୍ତରଖାନା ଆସି ଉପଖଣ୍ଡ ଚିକିତ୍ସାଧିକାରି ଙ୍କ ଅନୁପସ୍ଥିତ ରେ ଡାକ୍ତରଖାନା ର ବ୍ଲକ ପ୍ରୋଗ୍ରାମ ମେନେଜର ମହେନ୍ଦ୍ର ମିଶ୍ରଙ୍କୁ ଏ ନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଉକ୍ତ ଘଟଣାର ତଦନ୍ତ କରି ଦୋଷି ବିରୋଧ ରେ କାର୍ଯ୍ୟାନୁଷ୍ଟାନ ଦାବି କରିଥିବା ବେଳେ ଅଭିଯୋଗ ପତ୍ରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ , ସୁବର୍ଣ୍ଣପୁର ଜିଲ୍ଲାପାଳ ଏବଂ ଉପଖଣ୍ଡ ପୁଲିସ ଅଧିକାରୀ ଙ୍କ ଗୋଚରାର୍ଥେ ଏକ କିତl ଲେଖାଏଁ ନକଲ ପ୍ରଦାନ କରିଥିବା ଜଣା ଯାଇଛି । ଜଣେ ସମାଜସେବୀ ତଥା ଶିକ୍ଷିତ ବ୍ୟକ୍ତି ଙ୍କୁ ଡାକ୍ତରଖାନା ର ବରିଷ୍ଟ କର୍ମଚାରୀର ଏପରି ବ୍ୟବହାର ପାଇଁ ସାଧାରଣ ରେ ତୀବ୍ର ପ୍ରତିକ୍ରିୟା ପାଇବା ସହ ଉକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ପାଇଁ ସବୁମହଲରେ ଦାବି ହୁଏ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ