Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରତ୍ନଭଣ୍ଡାର ମାମଲା ; ୪ ଜଣଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ମାମଲାର ବିଜେପି ନେତା ସମୀର ମହାନ୍ତିଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ହାଇକୋର୍ଟ। ଏହି ମାମଲାରେ ୪ଜଣଙ୍କୁ ନୋଟିସ କରିଛନ୍ତି ହାଇକୋର୍ଟ। ଏଏସଆଇ ଡିଜି, ଏଏସଆଇ ଅଧିକ୍ଷକ, ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଓ ମୁଖ୍ୟ ପ୍ରଶାସକଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଗଷ୍ଟ ୭ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

କେମିତି ହଜିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି? ଏଥିପାଇଁ ଦାୟୀ କିଏ? ଏଥିପାଇଁ ଯେଉଁମା‌ନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି । ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଉ ବୋଲି ସେ କହିଛନ୍ତି। ଆଜି ଏହି ମାମଲାର ଶୁଣାଣି କରିଛନ୍ତି ଉଚ୍ଚ ନ୍ୟାୟଳୟ।

କାର୍ଯ୍ୟରତ ବିଚାରପତିଙ୍କ ତତ୍ତ୍ୱାବଧାନରେ ରତ୍ନଭଣ୍ଡାର ଖୋଲି ସବିଶେଷ ତାଲିକା ପ୍ରସ୍ତୁତ କରାଯାଉ। ଏହା ସହିତ ରତ୍ନଭଣ୍ଡାର ଚାବି ହଜିବା ନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ମତ ପ୍ରକାଶ କରିଥିଲେ ପୁରୀ ଗଜପତି। ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓ ବିରୋଧୀ ଦଳ ମଧ୍ୟ ଏହି ଦାବି କରି ଆସୁଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ