Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁରରେ ଲାଇଫଗାର୍ଡ ପ୍ରଶିକ୍ଷଣ ଶିବିର

ଗୋପାଳପୁର ୫/୭) ଗୋପାଳପୁର ସ୍ଥିତ ୟୁଥ ହଷ୍ଟେଲରେ ଆଜି ଭାରତ ସରକାର ଟୁରିଜିମ ବିଭାଗର ଇନଷ୍ଟିଟିୟୁ ଅଫ୍ ଟ୍ରାଭଲ ମେନେଜମେଣ୍ଟ ଭୁବନେଶ୍ୱର ପକ୍ଷରୁ ୩ ଦିନିଆ ଲାଇନଗାର୍ଡ ପ୍ରଶିକ୍ଷଣ ଶିବିର ଉଦଘାଟନ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ତଥା ଆସିଷ୍ଟାଣ୍ଟ ଟୁରିଷ୍ଟ ଅଫିସର ପ୍ରିୟଙ୍କା ନାହାକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହ ଏହି ପାରି କାର୍ଯ୍ୟକ୍ରମ ଆୟୋଜନ କୁ ଉଚ୍ଚ ପ୍ରଶଂସା କରିଥିଲେ l ଯୁବ ପିଢ଼ିଙ୍କ ସାହାସିକତା ଓ ପାରିଦର୍ଶିତାର ମୁଖ୍ୟ ଭୂମିକା ଆବଶ୍ୟକ ରହିଥିବାରୁ ଯୋଗ ଦେଇଥିବା ଯୁବ ପିଢ଼ିଙ୍କୁ ଉତ୍ସlହିତ କରିଥିଲେ l ସମ୍ମାନିତ ଅତିଥି ଭାବେ ଷ୍ଟାଟାଷ୍ଟିକlଲ ଟୁରିଷ୍ଟ ଅଫିସର ତନୁଜା ଦାଶ,ବରିଷ୍ଠ ପ୍ରାଧ୍ୟାପକ ଆଇ ଆଇ ଟି ଟି ଏମ୍ ର ଟ୍ରେନିଂ କୋଡ଼ିନେଟର ଡ଼. ସ୍ୱଜନ, ସି ପି ଆର୍ ଏଣ୍ଡ ଫାଷ୍ଟଏଡ ଇନଷ୍ଟ୍ରାକ୍ଟର ଗଣେଶ ବାରିକ,ଆସିଷ୍ଟାଣ୍ଟ ପ୍ରଜେକ୍ଟ ଅlଶୋଷିଏଟ ଦେବ ଜଦାଇ,ଗୋପାଳପୁର ଟୁରିଷ୍ଟ ଉନ୍ନୟନ ର ସଭାପତି ୱାଇ ଶ୍ରୀନିବାସ ରାଓ ଉପସ୍ଥିତ ଥିଲେ l ଏହି ଶିବିରରେ ଟ୍ରେନର ମାନେ ସମୁଦ୍ରରେ ପର୍ଯ୍ୟଟକ ମାନେ ଗାଧlଉଥିବା ବେଳେ ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ସେମାନଙ୍କୁ କିଭଳି ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରି ପର୍ଯ୍ୟଟକ ଙ୍କ ଜୀବନ ବଞ୍ଚାଇ ପାରିବେ ସେ ନେଇ ପ୍ରଶିକ୍ଷଣ ଦେଇଥିଲେ। ପ୍ରଶିକ୍ଷଣ ପରେ ଭଲ ପ୍ରଦର୍ଶନ କରିଥିବା ଙ୍କୁ ୧ ବର୍ଷ ପରେ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦେଇ ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରି ଟୁରିଜିମ୍ ବିଭାଗ ଓ ସରକାର ଙ୍କ ପକ୍ଷରୁ ନିଯୁକ୍ତି ମିଳିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୫୦ ଜଣ ଯୁବକ ଉପସ୍ଥିତ ରହି ପ୍ରଶିକ୍ଷଣ ନେଇଥିଲେ l ଉପସ୍ଥିତ ଯୁବକ ମାନଙ୍କୁ ଡେମୋ ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories