Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନିଷି ସ୍ଥିତ ଡି. ପି. ଆଇ. ଏ. ଏସ. ଇ ରେ ବନ ମହୋତ୍ସବ ପାଳିତ।

ଗୋପାଳପୁର,୦୫/୦୭ କନିଷି ସ୍ଥିତ ଡି.ପି. ଆଇ. ଏ. ଏସ. ଇ, ଆନୁକୂଲ୍ୟରେ ସପ୍ତାହବ୍ୟାପୀ ବନ ମହୋତ୍ସବ-୨୦୨୩ ପାଳିତ ହୋଇଯାଇଛି l ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼ଃ ଶ୍ରୀକାନ୍ତ ପାଇକରାୟଙ୍କ ଅଧ୍ୟକ୍ଷତାରେ ସମସ୍ତ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, ପ୍ରାଧ୍ୟାପିକା ଓ କର୍ମଚାରୀଙ୍କ ଦ୍ୱାରା ସମୂହ ଚାରାରୋପଣ କାର୍ଯ୍ୟକ୍ରମ ହୋଇଅଛି l ଏହି ଅବସରରେ ବିଦ୍ୟାର୍ଥୀ ଙ୍କ ଦ୍ଵାରା ପରିବେଶ ସମ୍ପର୍କ୍ରିତ ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା, କ୍ଷୁଦ୍ର ନାଟିକା ତଥା ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ ହେବା ସହ ବଗିଚା ଓ ପ୍ରତିଯୋଗିତା ଦାୟିତ୍ୱରେ ଥିବା ପ୍ରାଧ୍ୟାପିକା ଡ଼ଃ ସୁରଞ୍ଜିତା ମୁନି, ଶୁଭଶ୍ରୀ ମିଶ୍ର, ଡ଼ଃ ନିବେଦିତା କର, ଡ଼ଃ ନମିତା ପ୍ରଧାନ ଓ ପ୍ରାଧ୍ୟାପକ ଡ଼ଃ ବାବୁରାମ ପାଣି, ଡ଼ଃ ଦିଲ୍ଲୀପ କୁମାର ଦଳାଇ, ଡ଼ଃ ରାମଚନ୍ଦ୍ର ମାଝୀ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ପ୍ରାଧ୍ୟାପିକା, ପ୍ରାଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ l ଶେଷରେ ଷ୍ଟେନୋଗ୍ରାଫର ପୂର୍ଣ୍ଣଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories