Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିତାତଳି ରେ ସରପଞ୍ଚ ଙ୍କ ଜ୍ବାଇଁ ଙ୍କୁ ସଂଘବଦ୍ଧ ଆକ୍ରମଣ,୨୦ ଜଣଙ୍କ ନାମରେ ମାମଲା।ବ୍ରହ୍ମପୁର ଏସ ପି ଙ୍କ ଘଟଣା ସ୍ଥଳ ପରିଦର୍ଶନ,୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ।

ଗୋପାଳପୁର,୦୫/୦୭ ଚିକିଟି ନିର୍ବାଚନ ମଣ୍ଡଳୀ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ବୁଧବାର ସକାଳୁ ବିଜେଡି ନେତା ତଥା ସରପଞ୍ଚ ଏ.ରାଙ୍ଗାରାଓଙ୍କ ଜ୍ୱାଇଁ ଏସ.କାମେସୁକୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ରାଜନୈତିକ ଉର୍ଦ୍ଧେଶ୍ୟ ରଖି ଏକାଧିକ ବ୍ୟକ୍ତି ଖଣ୍ଡା, କାତି ଧରି କାମେସୁଙ୍କୁ ଗୁଡ଼ାଇ ଗୁଡ଼ାଇ ତାଙ୍କ ଦୁଇ ଗୋଡ଼କୁ ହାଣିବା ସହିତ ମୁଣ୍ଡକୁ ମଧ୍ୟ ଆକ୍ରମଣ କରିଛନ୍ତି । ସର୍ବଦା ରାଜନୈତିକ ହିଂସାକୁ ନେଇ ଚର୍ଚ୍ଚିତ ରହି ଆସିଥିବା ପିତାତଳି ଗାଁ ପୁଣି ଥରେ ଅସ୍ଥିର ହୋଇ ଉଠିବା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଗୁରୁତର ଅବସ୍ଥାରେ କାମେସୁଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇ ଆଶୁ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି । ଆଗକୁ ନିର୍ବାଚନ ରହିଥିବା ବେଳେ ପିତାତଳିରେ ଏଭଳି ରାଜନୈତିକ ଗଣ୍ଡଗୋଳ ରାଜନୈତିକ ପାଣିପାଗ କୁ ଉଷ୍ମ କରିଦେଇଛି । ପିତାତଳି ଘଟଣା ପରେ ଘଟଣାସ୍ଥଳକୁ ପ୍ରବେଶନ ଆଇପିଏସ ଅଫିସର ଅଙ୍କିତ ବର୍ମା,ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର ଓ ଗୋଳନ୍ଥରା ଆଇଆଇସି ବିବେକାନନ୍ଦ ମହନ୍ତ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପିତାତଳି ଗାଁରେ ଦୁଇ ପ୍ଲାଟୁନ ଫୋର୍ସ ମୃତୟନ ହୋଇଥିବା ଏବଂ ଘଟଣାରେ ପୁଲିସ ୩ ଜଣଙ୍କୁ ଥାନାରେ ଅଟକ ଥିବା ଏସଡିପିଓ ସୂଚନା ଦେଇଛନ୍ତି । ଆକ୍ରମଣ ର ଶିକାର ହୋଇଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଏସ.ସୁନିତାଙ୍କ ପକ୍ଷରୁ ୨୦ ଜଣଙ୍କ ନାମରେ ଏତଲା ଦେଇଥିବା ପୋଲିସ କହିଛି । ଅନ୍ୟ ପଟେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଏସ ଶ୍ରବଣ ବିବେକ ମଧ୍ୟ ପିତାତଳି ରେ ପହଞ୍ଚି ପରିସ୍ଥିତି ନେଇ ଅନୁଧ୍ୟାନ କରିବା ସହ ଗାଁ ରେ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories