ବାଗବର ହାଇସ୍କୁଲ ରେ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ‘୫-ଟି’ ଅନ୍ତର୍ଭୁକ୍ତ ବାଗବର ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି I ବିଦ୍ୟାଳୟର ସହକାରୀ ଶିକ୍ଷକ କବି ବେହେରାଙ୍କର ଚାକିରି କାଳ ଶେଷ ହେବାରୁ ତାଙ୍କୁ ସ୍କୁଲ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଞ୍ଜଳି ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ସ୍କୁଲର ପ୍ରତିଷ୍ଠାତା ରାଧେଶ୍ୟାମ ପଣ୍ଡା , ସ୍କୁଲ ପରିଚାଳନା କମିଟି ସଭାପତି ପ୍ରମୋଦ ଦାଶ , ବରିଷ୍ଠ ନାଗରିକ ବ୍ରଜକୃଷ୍ଣ ପଣ୍ଡା , ସ୍ଥାନୀୟ ସରପଞ୍ଚ ନିରୂପମା ବଗର୍ତ୍ତି , ସମିତି ସଭ୍ୟ ବବିତା ବାଘ , ଶିକ୍ଷକ ଲମ୍ବୋଦର ସାହୁ , ଶମ୍ଭୁ ପ୍ରସାଦ ପଣ୍ଡା , ସୁରେଶ ପଣ୍ଡା , ନିମାଇଁ ଚରଣ ଜଗଦଲା , ମୋହନ ପେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀ ବେହେରା ଙ୍କୁ ପୁଷ୍ପଗୁଚ୍ଛ ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରି ଥିଲେ l ତାଙ୍କ ର ସମୟନୁବର୍ତ୍ତିତା , କର୍ତ୍ତବ୍ୟନିଷ୍ଠତା ଉପରେ ଆଲୋକପାତ କରି ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଟେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ତ୍ରୀପୁରୀ ରଥ , ଉଫୁଲା ହାଇସ୍କୁଲ ସହକାରୀ ଶିକ୍ଷକ ଗୁପ୍ତେଶ୍ୱର ପ୍ରଧାନ , ଅମରପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ , କେଞ୍ଜିରିଆପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ , ବଳରାମ ପୁରୋହିତ ତଥା ସ୍କୁଲର ପୁରାତନ ଛାତ୍ର ପର୍ଶୁରାମ ଲୁହା , ଚନ୍ଦ୍ରମଣି ବଗର୍ତ୍ତି , ଭଗବାନ କର୍ଣ୍ଣ, ବାସୁଦେବ ରଥ , ଅନିଲ ରଥ , ଗୁରୁ ପ୍ରସାଦ ଡାଙ୍ଗ , ଦେବରଞ୍ଜନ ଦେହୁରୀ ଓ ସ୍କୁଲ ଛାତ୍ରଛାତ୍ରୀ ଙ୍କ ସହିତ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଏବଂ ବହୁ ଅଭିଭାବକ ଉପସ୍ଥିତ ଥିଲେ ।