Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପିତା ମହୁଲ ରେ 74 ତମ ବନ ମହୋତ୍ସବ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ସ୍ଥିତ ଖେଳପଡିଆରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଉକ୍ତ ଖେଳ ପଡିଆ ଚତୁଃପାର୍ଶ୍ଵରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା । ଏହା ସହ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି I ବୀରମହାରାଜପୁର ବନଖଣ୍ଡ ଅଧିକାରୀ ଅବିନାଶ ବେରିହା ଙ୍କ ନେତୃତ୍ବରେ ବନ ମହୋତ୍ସବ ପାଳିତ ହୋଇଥିଲା l ସ୍ଥାନୀୟ ସରପଞ୍ଚ ଆକସ୍ମିତା ବଢିଆ , ସମିତି ସଭ୍ୟ ସଇଁନ୍ଦୁ ସାହୁ , ଦୁରଦୁରା ଫରେଷ୍ଟର ଲିଙ୍ଗରାଜ ନାଏକ , ପିତାମହୁଲ ଫରେଷ୍ଟ ଗାର୍ଡ ପ୍ରଭାସିନୀ କୁମ୍ଭାର , ବିଜୟସିଂ ସାମନ୍ତ , ସୁଜିତ ସେଠୀ , ପ୍ରଦୀପ ବଢ଼ିଆ ଓ ବନ ସଂରକ୍ଷଣ ସମିତିର ସଭ୍ୟମାନେ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।