Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମିଶନ ଶକ୍ତି ବିଭାଗ ତରଫରୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଳ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ବିଭାଗ ତରଫରୁ ମହିଳା ସ୍ବୟଂ ସହାୟକ ଗୋଷ୍ଟି ମାନଙ୍କୁ ବ୍ୟାଙ୍କ ରୁଣ ଓ ସୁଧ ଫେରସ୍ତ ନେଇ ଏକ ସଚେତମତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବୀରମହାରାଜପୁର ବ୍ଲକ ଅଧକ୍ଷା ଶାନ୍ତି ଲୁହା ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l ରାଜ୍ୟ ସରକାର ଙ୍କ ମିଶନ ଶକ୍ତି ବିଭାଗ ମହିଳା ସଶକ୍ତିକରଣ ପାଇଁ ସରକାର ବିଭିନ୍ନ ଗୋଷ୍ଟି ମାନଙ୍କୁ ବ୍ୟାଙ୍କ ରୁଣ ପ୍ରଦାନ କରି ସଶକ୍ତ କରିବା ଉଦ୍ଦେଶ୍ୟରେ ସାମିଲ ହୋଇ ନିଜକୁ ସମାଜରେ ପ୍ରତିଷ୍ଟିତ କରିବା ସହ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ନିଜ ଅଭିଭାଷଣ ରେ କହିଥିଲେ । କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ନାରାୟଣ ଲୁହା , ସିଡିପିଓ ଜୋସ୍ନାମୟି ପଣ୍ଡା , ଡିପିସି କାର୍ତ୍ତକ ଚନ୍ଦ୍ର ନାଏକ , ଡିପିଏମ ଫ୍ରନସିସ୍ ବାର୍ଲା ଙ୍କ ସହିତ ବିଭିନ୍ନ ରାଷ୍ଟାୟାତ ବ୍ୟାଙ୍କ ଶାଖା ପରିଚାଳକ ଯୋଗଦେଇ ମହିଳା ଗୋଷ୍ଟି ମାନଙ୍କୁ ବ୍ୟାଙ୍କରୁ ରୁଣ ଆକାର ରେ ନେଇଥିବା ଅର୍ଥର ସତବ୍ୟବହାର କରି ଠିକ ସମୟରେ ରୁଣ ଫେରସ୍ତ କରିବା କୁ ସଚେତନ କରେଇ ଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିପିସି ଶାନ୍ତନୁ ମେହେର ଓ ମନୋଜ ବାଗ l

ଡିପିଏମ ଶ୍ରୀଯୁକ୍ତ ବାର୍ଲା କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ସମ୍ପର୍କରେ କହିଥିଲେ l ଏଥିରେ ରୁଣ ପାଇ ନ ଥିବା ବିଭିନ୍ନ ମହିଳା ସ୍ବୟଂସହାୟକ ଗୋଷ୍ଟିର ୪୬୦ ସଦସ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ରମାକାନ୍ତ ହତିପାଳ , ରଞ୍ଜିତ ଖମାରି , ବିଥିଲାରାଣି ମିଶ୍ର ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବ୍ୟାଙ୍କ ରୁଣ , ରୁଣ ପରିଶୋଧ , ସ୍କୁଟି ଯୋଜନା , ମମତା ଯୋଜନା , ବିଏସକେଓ୍ବାଇ କାର୍ଡ ଆଦି ସରକାର ଙ୍କ ବିଭିନ୍ନ ଯୋଜନାରେ ସାମିଳ ହୋଇ ଆର୍ଥିକ ଅଭିବୃଦ୍ଧି ନେଇ ମହିଳା ଗୋଷ୍ଟି ଙ୍କୁ ସଚେତନ କରାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ