Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଜରାଟ ହାଇକୋର୍ଟରୁ ନିରାଶ ହେଲେ ରାହୁଲ, ଏବେ ଯିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଜି ଗୁଜରାଟ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ମୋଦି ସାଙ୍ଗିଆକୁ ନେଇ ରୁଜୁ ମାନହାନୀ ମାମଲାରେ ଦୋଷସିଦ୍ଧ ଏବଂ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ଦାଖଲ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ। ଫଳରେ ରାହୁଲଙ୍କ ୨ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ବଳବତ୍ତର ରହିଛି। ଉଚ୍ଚ ନ୍ୟାୟାଳୟରୁ ନିରାଶ ହେବା ପରେ ରାହୁଲ ଗାନ୍ଧୀ ଏବେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବେ। କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳ ଏହାର ସୂଚନା ଦେଇଛନ୍ତି।

ସୁରଟର ଏକ ମେଟ୍ରୋପୋଲିୟମ ମାଜିଷ୍ଟ୍ରେଟଙ୍କ ଅଦାଲତ ମୋଦୀ ସାଙ୍ଗିଆକୁ ନେଇ ଅପମାନଜନକ ଭାଷଣ ଦେବା ମାମଲାରେ ରାହୁଲ ଗାନ୍ଧୀଙ୍କୁ ମାର୍ଚ୍ଚ ୨୩ରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ବିଜେପି ନେତା ପୂର୍ଣ୍ଣେଶ ମୋଦୀଙ୍କ ଦ୍ଵାରା ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀ ଜନ ପ୍ରତିନିଧି ଅଧିନିୟମ ଆଧାରରେ ଲୋକସଭା ସଦସ୍ୟତା ହରାଇଥିଲେ।

ମୋଦୀ ସାଙ୍ଗିଆ ସଂପର୍କିତ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ପୁନର୍ବିଚାର ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ସୁରତ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ । ଉକ୍ତ ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ତେଣୁ ଆବେଦନ ଖାରଜ ହୋଇଛି। ଅଦାଲତ ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅତି କମରେ ୧୦ ଟି ଅପରାଧିକ ମାମଲା ବିଚାରାଧୀନ ଅଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ