Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରୁ ଗ୍ରୀଲ ଭାଙ୍ଗି ଦାନ ବାକ୍ସ ରୁ ଚୋରି ; ପୋଲିସ ର ତଦନ୍ତ ଜାରୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ରରେ ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ଶ୍ରୀ ମନ୍ଦିରର ଗ୍ରିଲ୍ ଭାଙ୍ଗି ଦାନ ବାକ୍ସ ରୁ ଟଙ୍କା ଚୋରି କରିଥିବା ଜଣାପଡିଛି। ଟଙ୍କା ଚୋରି କରି ଦାନ ବାକ୍ସ ଟି ମନ୍ଦିର ପଛପଟେ ପକାଇ ଦେଇଥିବା ଦେଖାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ଅତିଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି । ଏହି ପ୍ରସିଦ୍ଧ ପୀଠ ପାତାଳି କ୍ଷେତ୍ରରେ ସିସିଟିଭି କ୍ୟାମେରା ଓ ଜଗୁଆଳି ର ବ୍ୟବସ୍ଥା କରାଯିବା ପାଇଁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ