Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହୁରୀ ତାଲୁକା ଯାଦବ କୁଳ ସମାଜର ଅଧିବେଶନ।

ଗୋପାଳପୁର,୦୭/୦୭, ଗୋଳନ୍ଥରା ସ୍ଥିତ ଈଶାଣେଶ୍ବର ପୀଠ ଠାରେ ମହୁରୀ ତାଲୁକା ଯାଦବ କୁଳ ସମାଜର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ବାସୁ କନିୟାରୀ ଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା।ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ମହୁରୀ ତାଳୁକା (ଗ) ସମାଜର ମଣ୍ଡଳ ସଭାପତି ୱାଇ. ପରମେଶୁ ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ (ଖ) ସମାଜର ମଣ୍ଡଳ ସଭାପତି କେ. ରାମୁଡୁ ପାତ୍ର ଯୋଗଦେଇ ମହୁରୀ ତାଲୁକା ତିନି ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହି ଅଧିବେଶନରେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ମହୁରୀ ତାଳୁକା ଯାଦବ କୁଳ କନିସି (କ) ମଣ୍ଡଳ ସଭାପତି ଭାବେ ବି.ଡ଼ମ୍ବୁରୁ ପାତ୍ର ଚୟନ ହୋଇଥିବା ବେଳେ ଉପ ସଭାପତି ଭାବେ ଜି.ଏରେୟା ପାତ୍ର,ସମ୍ପାଦକ ବି.ଗଣେଶ ପାତ୍ର,କୋଷାଧ୍ୟକ୍ଷ ବି. କ୍ରୀଷ୍ଣା ପାତ୍ର, ଉପଦେଷ୍ଟା ଭାବେ ଟି. ଦିଲ୍ଲୀପ ପାତ୍ର ଙ୍କୁ ସର୍ବସମ୍ମତି ରେ ଚୟନ କରାଯାଇଥିଲା। ଏଣିକି ମହୁରୀ ତାଲୁକା ଯାଦବ କୁଳ (କ) ସମାଜ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ ବୋଲି ନୂତନ ସଭାପତି ଡ଼ମ୍ବୁରୁ କହିଛନ୍ତି।ଏହି ସଭାରେ ମହୁରୀ ତାଳୁକା ସଭାପତି ସିଏଚ.ବାଇରି ପାତ୍ର,(କ) ମଣ୍ଡଳର ପୂର୍ବତନ ସମ୍ପାଦକ କାମେୟା ଏବଂ (କ) ମଣ୍ଡଳର ପୂର୍ବତନ କୋଷଧକ୍ଷ କେ.ବାସୁଦେବ ପାତ୍ର ସଭା ପରିଚାଳନା କରିଥିଲେ। ମଣ୍ଡଳର କାର୍ଯ୍ୟକର୍ତ୍ତା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇ କୁଳର କୋଠ ଘର ନିମନ୍ତେ ବ୍ୟୟ ନେଇ ଏବଂ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାତି କୁଳ ସମସ୍ୟା ଉପରେ ଗୁତ୍ୱରୋପ ଦେବା ପାଇଁ ନୂତନ ସଭାପତି ଡମ୍ବୁରୁ କହିଥିଲେ । ମହୁରୀ ତାଳୁକା ତିନି ମଣ୍ଡଳର ୨୭ଖଣ୍ଡ ଗ୍ରାମର ଶତାଧିକ କୁଳ ସମାଜର କର୍ମୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories