Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସୁବଳୟା କଲେଜ ରେ ବନ ମହୋତ୍ସବ ପାଳିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଲୟା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଠାରେ ୭୪ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଶୁକ୍ରବାର ଏହି ଅବସରରେ ସାମୁହିକ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା | ଜଙ୍ଗଲ ଓ ପରିବେଶ ବିଭାଗ ଓ କଲେଜ କର୍ତ୍ତୃପକ୍ଷ ଙ୍କ ମିଳିତ ସହଯୋଗ କ୍ରମେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ କଲେଜ ଅଧ୍ୟକ୍ଷ ବଳଦେବ ପୁଜାହାରୀ , ଅଧ୍ୟାପିକା ବୀଣାପାଣି ଦାସ , ଅଧ୍ୟାପକ ଶୁଭ୍ରାଂଶୁ ଶେଖର ପଧାନ , ସାୟାଦ ତାସିଫୁର ରହେମନ , ଗ୍ରନ୍ଥାଗାରିକ ପୂର୍ଣ୍ଣ ଚନ୍ଦ୍ର ମେହେର , ବିଭୁତି ଭୂଷଣ କୁଦେଇ , ହଜାରୀ ମେହେର , ହୃଷିକେଶ ନାଏକ , ରାଜେଶ ଦାସ ପ୍ରମୁଖ କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନେ ମିଶି ବହୁ ମୂଲ୍ୟବାନ ବୃକ୍ଷ ଚାରା ରୋପଣ କରିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ଅଧକ୍ଷ ଶ୍ରୀ ପୂଜାହାରୀ ବୃକ୍ଷଳତା ର ଉପକାରିତା ଓ ମହତ୍ତ୍ୱ ବିଷୟରେ କହିବା ସହ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚାରା ବଣ୍ଟନ କରି କଲେଜ ପରିସରରେ ରୋପଣ କରାଯାଇଥିଲା । ପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।