Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓ୍ଵାଏନାଡ଼ ସିଟକୁ ନେଇ କ’ଣ ରହିଛି ECଙ୍କ ବିଚାର ? ରାହୁଲଙ୍କ ପାଇଁ ଶେଷ ଆଶା ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ନିଜର ଲୋକସଭା ସଦସ୍ୟତା ବଞ୍ଚାଇବା ପାଇଁ ଏବେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେବେ। ମାହହାନୀ କେସରେ ଯଦି ସୁପ୍ରିମକୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଆସେ ତେବେ ତାଙ୍କର ସାଂସଦ ପଦ କାଏମ ରହିବ। ଏହା ମଧ୍ୟରେ ଯଦି ନିର୍ବାଚନ ଆୟୋଗ ଚାହିଁବେ ତେବେ ଓ୍ଵାଏନାଡ ସିଟରେ ନିର୍ବାଚନ କରାଇ ପାରିବେ।

ରିପ୍ରେଜେନଟେସନ ଅଫ ପିପୁଲ ଆକ୍ଟ ୧୯୫୧ର ସେକ୍ସନ ୧୫୧ଏ ନିର୍ବାଚନ ଆୟୋଗଙ୍କୁ ଏମିତି କରିବାର ଅଧିକାର ପ୍ରଦାନ କରିଛି। ଏହା ସତ୍ତ୍ଵେ ବି ନିର୍ବାଚନ ଆୟୋଗ ଏ ପର‌୍ୟ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। କିନ୍ତୁ ଲାକ୍ଷାଦ୍ଵୀପର ସାଂସଦ ମହମ୍ମଦ ଫୈଜଲ, ସପା ନେତା ଆଜମ ଖାନ ଏବଂ ତାଙ୍କ ପୁଅ ଅବଦୁଲ୍ଲା ଆଜମ ମାମଲାରେ ଆୟୋଗ ଅଯୋଗ୍ୟତା ନିଷ୍ପତ୍ତି ଦେବାର କିଛି ଦିନ ପରେ ନିର୍ବାଚନ ଆୟୋଗ ଉକ୍ତ ଲୋକସଭା ଆସନରେ ଉପନିର୍ବାଚନ ଘୋଷଣା କରିଥିଲେ।

ଓ୍ଵାଏନାଡ ସିଟ୍ ଉପରେ ଆଲୋଂଚନା କଲେ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ସେକ୍ସନ ୧୫୧ଏ ଅନୁସାରେ ନିର୍ବାଚନ ଆୟୋଗ ୨୦୨୩ ସେପ୍ଟେମ୍ବର ୨୨ ଭିତରେ ଉପନିର୍ବାଚନ କରାଇ ପାରିବ। ହେଲେ ଉକ୍ତ ଆସନରୁ ନିର୍ବାଚିତ ସାଂସଦଙ୍କ କାର୍ଯ୍ୟକାଳ ସ୍ଵଳ୍ପ ସମୟ ରହିବ। ଅନ୍ୟପଟେ ନିର୍ବାଚନ ଆୟୋଗ ଓ୍ଵାଏନାଡ ଆସନକୁ ନେଇ କୌଣସି ବ୍ୟଗ୍ରତା ମଧ୍ୟ ଦେଖାଇବାକୁ ଚାହାନ୍ତି ନାହିଁ। ରାହୁଲ ଗାନ୍ଧୀ ନିଜର ସଦ୍ୟସତା ବଞ୍ଚାଇବା ପାଇଁ ପୂରା ଉଦ୍ୟମ ବି ଜାରି ରଖିଛନ୍ତି।

ସୂତ୍ର ଅନୁଯାୟୀ, ଓ୍ଵାଏନାଡ଼ରେ ଉପନିର୍ବାଚନକୁ ନେଇ ଆୟୋଗ କୌଣସି ବ୍ୟଗ୍ରତା ଦେଖାଇବା ପରିବର୍ତ୍ତେ ଓ୍ଵେଟ୍ ଆଣ୍ଡ ଓ୍ଵାଚ୍ ରଣନୀତି ଉପରେ କାମ କରୁଛନ୍ତି। ଏହାର କାରଣ ରାହୁଲ ଗାନ୍ଧୀ ଏବଂ ତାଙ୍କ ଆଇନଜୀବୀଙ୍କୁ ସମସ୍ତ ଆଇନଗତ ପ୍ରକ୍ରିୟା ଉପରେ ବିଚାର କରିବା ଲାଗି ପର୍ଯ୍ୟାପ୍ତ ସମୟ ଦିଆଯାଉ। ଆୟୋଗଙ୍କ ନିକଟରେ ଉପନିର୍ବାଚନ କରାଇବା ପାଇଁ ୬ ମାସର ସମୟ ରହିଛି। ମାର୍ଚ୍ଚ ୨୯ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିବା ସମୟରେ ଆୟୋଗ କହିଥିଲେ ଯେ, ଓ୍ଵାଏନାଡକୁ ନେଇ ଆମେ ବ୍ୟସ୍ତ ନାହୁଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ