Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ର ନଅ ଟି କେନ୍ଦ୍ରରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଓ ଜେଇ ଚୟନ ପରୀକ୍ଷା

ବୀରମହାରାଜପୁର : ଓଡିଶା ସବ୍ ଅଡିନେଟ ଷ୍ଟାଫ୍ ସିଲେକସନ କମିସନ (ଓପିଏସଏସଏସସି) ଆନୁକୂଲ୍ୟରେ ରବିବାର ବିଭିନ୍ନ କେନ୍ଦ୍ର ରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ କନିଷ୍ଠ ସହାୟକ (ଜେଇ) ଚୟନ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସମୁଦାୟ ୨୭ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ସମୁଦାୟ ୬ ହଜାର ୨୬୩ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି । ତନ୍ମଧ୍ୟରୁ ବୀରମହାରାଜପୁର ଉପଖଣ୍ଡର ଉଭୟ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକରେ ସମୁଦାୟ ୯ ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ସମୁଦାୟ ୧ହଜାର ୫୫୭ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି । ବୀରମହାରାଜପୁର ବ୍ଲକରେ ୫ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ବ୍ଲକର ଉକ୍ତ ୫ଟି କେନ୍ଦ୍ର ରେ ସମୁଦାୟ ୧ହଜାର ୮ଜଣ ପରୀକ୍ଷା ଦେଇଛନ୍ତି । ବ୍ଲକର ବୀରମହାରାଜପୁର ସରକାରୀ ବାଳଜ ହାଇସ୍କୁଲ , ସ୍ଥାନୀୟ ବାଳିକା ହାଇସ୍କୁଲ , ବୀରମହାରାଜପୁର (ବାଗବର) ମହିଳା ହାୟର ସେକେଣ୍ଡାରୀ ସ୍କୁଲ , ରଥପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବୀରମହାରାଜପୁର ମହାବିଦ୍ୟାଳୟ ରେ ଉକ୍ତ ପରୀକ୍ଷା ପାଇଁ କେନ୍ଦ୍ର ହୋଇଥିଲା । ପରୀକ୍ଷା ପରିଚାଳନା ପାଇଁ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି କରିଥିବା ବେଳେ ପରୀକ୍ଷା କେନ୍ଦ୍ର ମାନଙ୍କରେ ପୋଲିସ ମୁତୟନ କରାଯାଇଥିଲା । ବୀରମହାରାଜପୁର ର ସମସ୍ତ ପରୀକ୍ଷା କେନ୍ଦ୍ର ରେ ଶାନ୍ତି ଶୃଙ୍ଖଳା ସହିତ ପରୀକ୍ଷା ହୋଇଥିବା ଜଣା ପଡିଛି। ସେହିପରି ଉଲୁଣ୍ଡା ବ୍ଲକରେ ଚାରୋଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ସମୁଦାୟ ୫୪୯ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଛନ୍ତି.। ଉଲୁଣ୍ଡା ବ୍ଲକର ଧର୍ମଶାଳା ସ୍ଥିତ ହାୟର ସେକେଣ୍ଡାରୀ ସ୍କୁଲ , ଉଲୁଣ୍ଡା ଡିଗ୍ରୀ କଲେଜ , ହାୟର ସେକେଣ୍ଡାରି ସ୍କୁଲ ଏବଂ ସଦର ୫ଟି ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ