Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ ଖମାର ବରାହପଦର ମଠ ପରିଚାଳନା ପାଇଁ ଟ୍ରଷ୍ଟ ବୋର୍ଡ଼ ଗଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ସ୍ଥିତ ଶ୍ୟାମସୁନ୍ଦର କୁଞ୍ଜକୁଟିର ( ବରାହପଦର) ମଠ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ପରିଚାଳନା କମିଟି ଗଠିତ ହୋଇଯାଇଛି । ଉକ୍ତ ସଭାରେ ‌ମଠାଧୀଶ ନୃତ୍ୟ ଗୋପାଳ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।‌ ମଠର ସର୍ବାଙ୍ଗୀନ ବିକାଶ ତଥା ପରିଚାଳନା ପାଇଁ ଉକ୍ତ ସଭାରେ ‌ଏକ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିରେ ମାନେଜିଙ୍ଗ ଟ୍ରଷ୍ଟି ଭାବେ ମଠାଧୀଶ ନିତ୍ୟ ଗୋପାଳ ଦାସ ରହିଥିବାବେଳେ ଉପ ସଭାପତି ଶ୍ରବଣ କୁମାର ଅଗ୍ରୱାଲ , ଧନ ମାଲି ବିଶ୍ଵାଳ ରହିଛନ୍ତି I ଠିକ ସେହିପରି ସାଧାରଣ ସମ୍ପାଦକ କଳାକାହ୍ନୁ ମହାପାତ୍ର , ସହ ସମ୍ପାଦକ ଅଜିତ କୁମାର ସାହୁ , କୋଷାଧ୍ୟକ୍ଷ ଅଖୁଜ କୁମାର ପଧାନ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରିଥିଲେ ।‌ ସେହିପରି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରମଣ କୁମାର ପ୍ରଧାନ , ସହଦେବ ପଧାନ , ରାମଶଙ୍କର ପାଣିଗ୍ରାହୀ , ସୂର୍ଯ୍ୟ ନାରାୟଣ ତରିଆ , ବିନୋଦ ଦଲାଇ ରହିଛନ୍ତି । କମିଟିର ଉପଦେଷ୍ଟା ଭାବେ ଭୂଷଣ ପାତ୍ର , ଜଗତ ପତି ଦେହୁରୀ , ଗୈାରିଶଙ୍କର ପାଣିଗ୍ରାହୀ , ଘୁଣ୍ଡୁ ଗୋପାଳ ଦାସ , ଘାସିରାମ ସାହୁ ପ୍ରମୁଖ ରହିଛନ୍ତି । ସାଧାରଣ ପରିଷଦ ସଦସ୍ୟ ଭାବେ ଆଶିଷ ଅଗ୍ରୱାଲ , କମଳ ଲୋଚନ କର୍ମୀ , ଅମ୍ବରିଷ ବାରିକ , ସହଦେଵ ମହାକୁର ଓ ଲବ କୁମାର ପଧାନ ରହିଛନ୍ତି।‌ ଉକ୍ତ ସଭାରେ ମଠ ସମ୍ମୁଖରେ ଏକ ସୁନ୍ଦର ସ୍ବାଗତ ତୋରଣ ନିର୍ମାଣ ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ‌ ଏ ଅବସରରେ ମଠ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାବେଳେ ଏଥିରେ ବହୁ ସଂଖ୍ୟକ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା । ‌ ଶେଷରେ ସଭାପତି ସଭା କାର୍ଯ୍ୟ ଶେଷକରି ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ