Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋଧନେଶ୍ୱର ଶୈବପୀଠ ଆଜି କାଉଡିଆ ମାନଙ୍କ ବୋଲବମ୍ ଧ୍ୱନି ରେ ମୁଖରିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ପ୍ରସିଦ୍ଧ ଶୈବପୀଠ ବାବା ଗୋଧନେଶ୍ଵର ଠାରେ କାଉଡ଼ିଆ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ କାଉଡ଼ିଆଙ୍କ ବୋଲବମ ଧ୍ବନିରେ‌ ଶୈବପୀଠ ପ୍ରକମ୍ପିତ ହୋଇଛି । ଭୋର ୪ ଟାରୁ ମନ୍ଦିର ଖୋଲା ହୋଇ ମହାଦେବଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ମହିଳା ଓ ପୁରୁଷ କାଉଡ଼ିଆ ମାନେ ଗେରୁଆ ବସ୍ତ୍ର ପରିଧାନ ପୂର୍ବକ ବାହୁଙ୍ଗୀରେ ଜଳଭାର ଧରି ବୋଲବମ ଧ୍ବନିରେ ମନ୍ଦିର ପରିସରକୁ ଏକ ଆଧ୍ୟାତ୍ମିକ ପରିବେଶରେ ବାବା ଗୋଧନେଶ୍ଵରଙ୍କ ଠାରେ ଜଳଲାଗି କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ମନ୍ଦିର ପରିଚାଳନା କମିଟି କର୍ମକର୍ତ୍ତା ମାନେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିବା ବେଳେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସୁବଳୟା ପୋଲିସ ମୁତୟନ ହୋଇଥିଲେ । ସେହିପରି ବୀରମହାରାଜପୁର ବ୍ଲକର ଚମ୍ପାମାଲ ସ୍ଥିତ ଚମ୍ପେଶ୍ଵର ବାବା , ସୁନାରୀବେନୀ ସପ୍ନେଶ୍ଵର , ସୁବଳୟା , ପିତାମହୁଲ , ଚଉକା , କଲମପୁର, ଉଫୁଲା , ବର୍ଡାକଟା , ଗୈାଉଡଗାଡ , କମଳ ପୁର , ମହଦା , ଉଲୁଣ୍ଡା ଆଦି ଉପଖଣ୍ଡ ସ୍ଥିତ ସମସ୍ତ ଶୈବପୀଠ ମାନଙ୍କରେ ବହୁ ସଂଖ୍ୟକ ବୋଲବମ୍ ଭକ୍ତ ଜଳଲାଗି କରିଥିଲେ ।