Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଞ୍ଜିପଦର ପ୍ରେମୀ ଯୁଗଳ ମୃତ୍ୟୁ ମାମଲାମୃତ ପ୍ରେମିକଙ୍କ ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

ଧର୍ମଗଡ଼,ତା ୧୧/୭- ବାଞ୍ଜିପଦର ଗ୍ରାମ ପ୍ରେମୀଯୁଗଳ ମୃତ୍ୟୁ ମାମଲାରେ ପ୍ରେମିକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ହତ୍ୟା ପରେ ଝିଅ ଘର ଲୋକେ ପ୍ରମାଣ ନଷ୍ଟ ପାଇଁ ମୃତ ଶରୀରକୁ ପୋଡ଼ି ନଷ୍ଟ କରିଦେବା ଉଦ୍ୟମ କରିଛନ୍ତି ବୋଲି ମୃତ ପ୍ରେମିକଙ୍କ ବାପା ମୋହନ ପଟେଲ ଅଭିଯୋଗ କରିଛନ୍ତି। ଏନେଇ ଝିଅର ବାପା କନେଶ୍ଵର ପଟେଲ, କାକା ଦେବାନନ୍ଦ ପଟେଲ ଓ ଜ୍ଵାଇଁ ଠନ ପଟେଲ ନାମରେ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ ଧର୍ମଗଡ ଥାନା ଅନ୍ତର୍ଗତ ବାଞ୍ଜିପଦରଗ୍ରାମ ର ମୋହନ ପଟେଲ ଙ୍କ ପୁଅ ସୁନିଲ ପଟେଲ (୨୨) ଓ ସେହି ଗ୍ରାମ ର ଜେମାମଣି ପଟେଲ (୧୮) ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା । ଉଭୟ ପ୍ରେମୀ ଯୁଗଳ ସମ୍ପର୍କ ରେ କକା ଝିଆରୀ ହୋଈ ଥିବା ବେଳେ ଉଭୟ ପ୍ରେମୀ ଯୁଗଳ ଗତ ୩୦.୬.୨୩ ଶୁକ୍ରବାର ଦିନ ଘରୁ କେଉଁ ଆଡେ ଫେରାର ହୋଇ ଯାଇ ଥିଲେ l ଏହାକୁ ନେଇ ସେହିଦିନ ଗାଁ ରେ ଏକ ସଭା ହୋଇଥିଲା ଏବଂ ପୁଅକୁ ସାହାଯ୍ୟ କରିଥିବା ଅଭିଯୋଗରେ କୁଆଡେ ତା’ର ଦୁଇ ସାଙ୍ଗକୁ ଝିଅର ପରିବାର ଲୋକେ ମାଡ ମାରିଥିଲେ। ଘଟଣା ଘଟିବା ପରେ ପରିବାର ଲୋକେ ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ସେମାନଙ୍କୁ ପାଇନଥିଲେ l ଏ ସମ୍ପର୍କ ରେ ଗତ ଜୁଲାଇ ଦୁଇ ତାରିଖ ରେ ଧର୍ମଗଡ ଥାନା ରେ ଅଭିଯୋଗ ମଧ୍ୟ ହୋଈଥିଲା । ତେବେ ଗତ କାଲି ଉଭୟ ପ୍ରେମୀ ଯୁଗଳଙ୍କ ଗଳିତ ଶବ ଉଦ୍ଧାର କରା ଯାଇଥିଲା । ମୃତ ସୁନିଲ ଙ୍କ ପିତା ଙ୍କ ଅଭିଯୋଗ କ୍ରମେ ଧର୍ମଗଡ ପୁଲିସ କେସ ନଂ -୧୪୬ ଦଫା ୩୦୨,୨୦୧ ଓ ୩୪ ଆଇପିସି ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଆଜି ଧର୍ମଗଡ ଉପ ଖଣ୍ଡ ଚିକିତ୍ସାଳୟ ରେ ଉଭୟ ପ୍ରେମୀ ଯୁଗଳ ଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରା ଯାଇ ଥିଲା । ପୋଲିସ ଏହି ମାମଲାରେ କିଛି କହୁନଥିବା ବେଳେ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପ ଦାର ଙ୍କୁ ଯୋଗା ଯୋଗ କରିବାରୁ ତଦନ୍ତ ଚାଲିଛି ଦିନେ ଦୁଇ ଦିନ ମଧ୍ୟରେ ସବୁ ଜଣା ପଡି ଯିବ ବୋଲି କହିଥିଲେ । ତେବେ ଅସମର୍ଥିତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୋଲିସ ଏହି ମାମଲାରେ ଝିଅ ପରିବାରର କିଛି ସଦସ୍ୟଙ୍କୁ ଅଟକ ରଖିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ