Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ମନ୍ତ୍ରୀ ମଣ୍ଡଳ ଗଠନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କ୍ୟାବିନେଟ ମନ୍ତ୍ରୀ ଗଠନ କରାଯାଇଛି । ଉକ୍ତ ବିଦ୍ୟାଳୟର ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଆୟୋଜନ ହୋଇଥିଲା। ଏହି ଅବସରରେ ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ମନ୍ତ୍ରୀ ମଣ୍ଡଳ ଗଠନ କରାଯାଇଛି। ଏଥିରେ ମୁଖ୍ୟ ମନ୍ତ୍ରୀ ଭାବେ ସ୍ନେହ ସାହୁ ଙ୍କୁ ମନୋନୀତ କରାଯାଇଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି ସୁଦର୍ଶନ ପୁଝାରୀ l ସେହିପରି ଶିକ୍ଷା ମନ୍ତ୍ରୀ ସିତନ ସାହୁ , ଉପ ଶିକ୍ଷା ମନ୍ତ୍ରୀ ପ୍ରିୟଙ୍କା ସାହୁ , ଖାଦ୍ୟ ଓ ଶୃଙ୍ଖଳା ମନ୍ତ୍ରୀ ରିୟା ମହାକୁଡ , ଉପ ଖାଦ୍ୟ ଓ ଶୃଙ୍ଖଳା ମନ୍ତ୍ରୀ ମହାବୀର ସେଠି , କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ଶୁଭମ ମହାକୁର , ଉପ କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ ଲଭଲିରାଣୀ ଭୋଇ , ପରିବେଶ ମନ୍ତ୍ରୀ ସାରଳା ସାହୁ , ଉପ ପରିବେଶ ମନ୍ତ୍ରୀ କୈାଶଲ୍ୟା ଭୋଇ , ସ୍ବାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ଇତିଶ୍ରୀ ବିଶ୍ଵାଳ , ଉପ ସ୍ବାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ସୋଉଦାଗର ସାହୁ , ମୀନା ମନ୍ତ୍ରୀ ସ୍ବାତିଶ୍ରୀ ମହାକୁର ଓ ସ୍ନିଗ୍ଧାରାଣୀ ଜଗଦଲା ପ୍ରମୁଖ ରହିଛନ୍ତି I ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପଦବୀ ବଣ୍ଟନ କରାଯାଇଥିବା ବେଳେ ସମସ୍ତ ନବ ନିର୍ବାଚିତ ମନ୍ତ୍ରୀ ମାନଙ୍କୁ ଫୁଳତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।‌ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ମନ୍ତ୍ରୀ ମାନଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏହି ସଭାରେ ସହକାରୀ ଶିକ୍ଷକ ସୁରେନ୍ଦ୍ର ଓତା , ପ୍ରଭୁଦତ୍ତ ବେଦୋକ୍ତ , ଇନ୍ଦ୍ରଜିତ ଦାଶ , ମିନାକ୍ଷୀ ପଧାନ , ଗୈାରା କୁମୁରା ଓ ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ