ସୁବଳୟା କଲେଜ ରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସୁବଳୟା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ରେ NDRF ତରଫରୁ ପ୍ରାକୃତିକ ବିପର୍ଯ୍ଯୟ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l ବୁଧବାର କଲେଜ ଅଧ୍ୟକ୍ଷ୍ୟ ବଳଦେବ ପୁଜାହାରୀ ଙ୍କ ଅଧ୍ୟକ୍ଷତାରେ ଆୟାଜିତ କାର୍ଯ୍ୟକ୍ରମରେ NDRF ସବ – ଇନସ୍ପେକଟର ହେମରାଜ ପାଣ୍ଡେ , ସୁଜିତ କୁମାର ବେହେରା ଓ ତାଙ୍କ ସହଯୋଗୀ ଙ୍କ ସହାୟତାରେ ଛାତ୍ରଛାତ୍ରୀ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବରେ ତାଲିମ ପ୍ରଦାନ କରିଥିଲେ | ତାଲିମ ଶିବିରରେ ICDS ର ସୁବଳୟା ସେକ୍ଟର ସୁପରଭାଇଜର ଆରତୀ ମିଶ୍ର , ସୁବଳୟା ଅଙ୍ଗନୱାଡି ଶୈଳସୁତା ମେହେର ଉପସ୍ଥିତ ଥିଲେ | ଉକ୍ତ ଶିବିରରେ କଲେଜ ର ଅଧ୍ୟାପକ ଶୁଭ୍ରାଂଶୁ ଶେଖର ପଧାନ , ସାୟଦ ତାସିଫୁର ରହେମନ , କିରାଣୀ ବିଭୁତି ଭୂଷଣ କୁଦାଇ , ରାଜେଶ କୁମାର ଦାସ , ହୃଷିକେଶ ନାଏକ ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ |