Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବଡ ଖମାର ମଠ ପରିସରରେ ମାନବ ଅଧିକାର ସାମ୍ମୁଖ୍ୟ ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ

ବୀରମହାରାଜପୁର : ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ ପକ୍ଷରୁ ବୀରମହାରାଜପୁର ବ୍ଲକ ର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ ଖମାର ଶ୍ୟାମସୁନ୍ଦର କୁଞ୍ଜକୁଟୀର ବରାହପଦର ମଠ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା I ଏହି ପରିପ୍ରେକ୍ଷୀରେ “ଆସ ଆମେ ମିଶି ଗଛ ଲଗାଇବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମ୍ମୁଖ୍ୟ ର ସୁବର୍ଣ୍ଣପୁର ଜିଲ୍ଲା ସଂଯୋଜକ ମାନସ ମହାକୁର ଙ୍କର ସଂଯୋଜନା ରେ ଅନୁଷ୍ଠିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏସିଏଫ୍ ଅବିନାଶ ବରିହା , ସମ୍ମାନିତ ଅତିଥି ରୂପେ ଫରେଷ୍ଟର ଦିନବନ୍ଧୁ ଗଡୁଆ , ମଠର ମହାରାଜ ନିତ୍ୟାନନ୍ଦ ଗୋପାଳ , ମାହେଶ୍ୱରୀ ସେନା ର ସଦସ୍ୟ ବିକାଶ ମହାକୁର , ସୁଧାଂଶୁ କର୍ଣ୍ଣ , ସମାଜସେବୀ ସୁଲୋଚନା ହୋତା , ମହିଳା ସ୍ଵୟଂସହାୟକ ଗୋଷ୍ଠୀ ର ସଦସ୍ୟା ଗଣ , ସ୍ଥାନୀୟ ଆଶା ଓ ଅଙ୍ଗନବାଡି କର୍ମୀ , ଜଙ୍ଗଲ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହିତ ,ଗଛ ଆମ ଜୀବନ , ଗଛ ବଞ୍ଚିଲେ ଆମେ ବଞ୍ଚିବୁ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ସାମ୍ମୁଖ୍ୟ ଏଭଳି କାର୍ଯ୍ୟକ୍ରମକୁ ଅତିଥି ମାନେ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ସହଯୋଗ ଜାରି ରଖିବେ ବୋଲି କରିଥିଲେ । ଆଜିର କାର୍ଯ୍ୟକ୍ରମ ରେ ୫୦ ଟି ବିଭିନ୍ନ ପ୍ରକାରର ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଛି ।