Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ନେତା ସମୀର ମହାନ୍ତିଙ୍କୁ ନୂଆ ଦାୟିତ୍ଵ, ଜାତୀୟ କାର୍ଯ୍ୟକାରୀ କମିଟିର ହେଲେ ସଦସ୍ୟ

ଭୁବନେଶ୍ଵର: ସାଧାରଣ ନିର୍ବାଚନକୁ ଆଉ କେଇଟି ମାସ ବାକି ରହିଛି। ରାଜ୍ୟରେ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି। ଶାସକ ବିଜେଡି ହେଉ କି ବିଜେପି ବା କଂଗ୍ରେସ ସଂଗଠନ ସୁଦୃଢ କରିବାରେ ଲାଗି ପଡ଼ିଛନ୍ତି। ସେହି ହିସାବରେ ସଂଗଠନରେ ଅଦବଦଳ ମଧ୍ୟ କରାଯାଉଛି। ଏହା ମଧ୍ୟରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ନୂଆ ଦାୟିତ୍ଵ ମିଳିଛି। ବିଜେପି ଜାତୀୟ କାର୍ଯ୍ୟକାରୀ କମିଟିରେ ସମୀରଙ୍କୁ ସ୍ଥାନ ମିଳିଛି। ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସମୀରଙ୍କୁ ନିଯୁକ୍ତ କରିଛନ୍ତି।   

ସୂଚନାଯୋଗ୍ୟ, ଏହା ପୂର୍ବରୁ ସମୀର ମହାନ୍ତି ବିଜେପି ରାଜ୍ୟ ସଭାପତି ଦାୟିତ୍ଵ ତୁଲାଇ ସାରିଛନ୍ତି। ୨୦୨୦ ଜୁନ ୧ ତାରିଖରେ ସମୀରଙ୍କୁ ରାଜ୍ୟ ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ୧୯୭୭ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ  ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସମୀର। ୧୯୮୪ର ବିଜେପି ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ହୋଇଥିଲେ ।  କିନ୍ତୁ ୧୯୮୫ରେ ସରକାରୀ ଚାକିରିରେ ଯୋଗଦାନ କରି ବିଡିଏର ଉପ-ସୂଚନା ଅଧିକାରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ମାତ୍ର ୧୯୯୫ରେ ଚାକିରି ଛାଡି, ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ନେଲେ ସମୀର । ୨୦୦୦ରେ ରାଜ୍ୟ ବିଜେପିର ସଂପାଦକ ହେଲେ । ୨୦୦୯ରେ ଏକାମ୍ର ଭୁବନେଶ୍ୱର ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ