Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀ ଆବାସ ଗୃହ ହିତାଧିକାରୀ ଚୟନରେ ଚଂଚକତା, ପେନସନ ହୋଲଡର ଭି ଯୋଜନାରେ ଅନ୍ତରଭୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି

ଚିପିଲିମା,୧୩/୦୭ ଅତି ନିକଟରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା ରେ ଲକ୍ଷ୍ୟାଧିକ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି।ତାଲିକା ପ୍ରକାଶନରେ ନୀତି ନିୟମକୁ ଫୁ କରି ତ୍ରୁଟିପୂର୍ଣ୍ଣ ତାଲିକା ପ୍ରକାଶ ପାଇଥିବାବେଳେ, କଲେଜ ଛାତ୍ରୀଙ୍କ ନାମରେ ଅବାସଗୃହ କାର୍ଯ୍ୟାଦେଶ ଆସିଥିବା ଉଦାହରଣ ଦେଖିବାକୁ ମିଳିଛି।ଏବେ ପୁଣି ପେନସନ ହୋଲଡରଙ୍କ ନାମରେ ମଧ୍ୟ କାର୍ଯ୍ୟାଦେଶ ଦିଆଯାଇଥିବା ଅଭିଯୋଗ ଆସିଛି।ଏସବୁ ଅନିୟମିତତା ପଛରେ ଭିତିରିଆ ଭାବେ ବ୍ୟାପକ ଅର୍ଥକାରବାର ହୋଇଥିବା ନେଇ ଚାରିଆଡେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି।ଏପରି ଉଦାହରଣ ଦେଖିବାକୁ ମିଳିଛି ସମ୍ବଲପୁର ଧନକଉଡା ବ୍ଲକ ଚିପିଲିମା ଅଞ୍ଚଳରେ ।ହିତାଧିକାରୀ ଚୟନରେ ସମସ୍ତ ନୀତିନୀୟମ କୁ ଫୁ କରି ଅନେକ ଅଯୋଗ୍ୟଙ୍କୁ ଘର ଦିଆଯାଇଥିବାବେଳେ, ଅନେକ ଯୋଗ୍ୟ ହିତାଧିକାରୀ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି।ଏପରି କାହିଁକି ହେଉଛି, କେଉଁମାନେ ଏଥିପାଇଁ ଦାୟୀ, ଏହାର ଏକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବା ସମୟ ଆସିଛି ବୋଲି ସଚେତନ ବୁଦ୍ଧିଯିବି ମହଲରେ ଦାବିହେଉଛି।ଜିଲାପାଳ ଏ ସମସ୍ତ ଦିଗକୁ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ