ପ୍ରକୃତିବନ୍ଧୁ ପୁରସ୍କାର ଅର୍ଥ ରାଶିକୁ ଗ୍ରାମବାସୀ ଙ୍କ ପାନୀୟଜଳ ପାଇଁ ଖର୍ଚ୍ଚ କଲେ ଶରତ,


ବେଲଗୁଣ୍ଠା, 13/07,ଉତ୍ତର ଘୁମୁସର ବନଖଣ୍ଡ ଅଧୀନରେ କେନ୍ଦ୍ରିୟ ବନାଞ୍ଚଳ ଅନ୍ତର୍ଗତ କାଳିଆମ୍ବା ଅଧୀନସ୍ଥ କଣ୍ଟେଇପଲ୍ଲୀ ଗୋଟିଏ ଆଦର୍ଶ ବନସୁରକ୍ଷା ସମିତି I ଏହି ଅଞ୍ଚଳରେ 76 ପରିବାର ବସବାସ କରନ୍ତି I ଏହି ବନ ସୁରକ୍ଷା ସମିତି ସଭାପତି ଶରତ କୁମାର ସ୍ୱାଇଁ 2021ରେ ପ୍ରକୃତି ମିତ୍ର ଓ 2023ରେ ପ୍ରକୃତିବନ୍ଧୁ ପୁରସ୍କାର ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପାଇ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି I ଦିନ ଥିଲା ଏହି ଗ୍ରାମରେ ପାନୀୟ ଜଳର ଅସୁବିଧା ଥିଲା I ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ 2018 ରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ପରେ ଶରତ୍ ବିଭିନ୍ନ ସମସ୍ୟା ନେଇ ଗ୍ରାମ ପଞ୍ଚାୟତକୁ ଅବଗତ କରାଇଥିଲେ I ଶରତଙ୍କ ପ୍ରଚେଷ୍ଟାରେ ବହୁଦିନ ପରେ ସରକାରଙ୍କ ଦ୍ୱାରା ଦୁଇଗୋଟି ସୋଲାର ପାନୀୟଜଳ ପ୍ରକଳ୍ପ ସ୍ଥାପନ କରାଗଲା I ତଥାପି ଗୋଟିଏ ଗୋଟିଏ ପଏଣ୍ଟ୍ ଥିବା ଯୋଗୁଁ ଲୋକମାନେ ପାଣିନେବାରେ ଅସୁବିଧା ହେଲା I ଏହି ସମସ୍ୟାକୁ ଗ୍ରାମ ବୈଠକରେ ଆଲୋଚନା କରାଯାଇ ଶରତ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ରାଶିକୁ ବିନିଯୋଗ କରି ଗ୍ରାମରେ ଆଉ କିଛି ଜଳ ପଏଣ୍ଟ୍ ଅବସ୍ଥାପିତ କରି କାର୍ଯ୍ୟକ୍ଷମ କରିବା ପାଇଁ ବନଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀ ଙ୍କୁ ସଭାପତି ଶରତ ଅବଗତ କରାଇ ସମସ୍ତଙ୍କ ପାଇଁ ଜଳ ଯୋଗାଇ ଦେବା ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ଷମ କରିପାରିଛନ୍ତି I ବନସୁରକ୍ଷା ସମିତି ସଭାପତି ଶରତଙ୍କ ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି I ସଭାପତି ଶରତ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି I