କେନ୍ଦୁପାଲି ଗ୍ରାମରେ ବୁଣାକାରମାନଙ୍କ ପାଇଁ ଲୁଗା ବୁଣା ତନ୍ତ ବଣ୍ଟନ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନ୍ଦୁପାଲି ବିଶ୍ବ ଭାରତୀ ସେବା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଗୁରୁବାର ଦିନ ୩୦ ଜଣ ବୁଣାକାର ଙ୍କୁ ଫ୍ରେମ ଓ ତନ୍ତ (ଠିଆମଙ୍ଗା) ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆପାଲି ଓ ଖମ୍ବେଶ୍ୱରୀ ପାଲିର ଗ୍ରାମର ବୁଣାକାର ମାନଙ୍କୁ କାଠର ଏହି ଲୁଗା ବୁଣା ସମାଗ୍ରୀ ବଣ୍ଟନ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ବୟନଶିଳ୍ପ ଉପ ନିର୍ଦ୍ଦେଶକ ବିନାୟକ ପୃଷ୍ଟି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବାବେଳେ ବୟନ ତତ୍ବାଧାରକ ଧୃବରାଜ ମେହେର , କନିଷ୍ଠ ତତ୍ବାଧାରକ ମହେଶ୍ୱର ଭୋଇ , ବୟନ ନିରୀକ୍ଷକ ସତ୍ୟନାରାୟଣ ମହାଲିକ୍ , ବୈଷୟିକ ସହାୟକ ଅଶୋକ କୁମାର ମିଶ୍ର ଓ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ବନମାଳି ମେହେର ପ୍ରମୁଖ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ଲୁଗାବୁଣା ଉପକରଣ ବଣ୍ଟନ କରାଯାଇ ଥିଲା ।