Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ; 60 ୟୁନିଟ୍ ରକ୍ତ ସଂଗ୍ରହ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲେଜ ଠାରେ ଗୁରୁବାର ମହାବିଦ୍ୟାଳୟର ୪୩ ତମ ପ୍ରତିଷ୍ଠା ଦିବସ ଅବସରରେ ‘ଓଡିଶା ମୋ ପରିବାର’ ଜିବନ ବିନ୍ଦୁ ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ‌ ଏଥିରେ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇ ଥିବା ଜଣାପଡ଼ିଛି ।‌ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୀବିରକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ , କଲେଜ ପରିଚାଳନା କମିଟି ସଭାପତି ତଥା ବିଜୁଜନତା ଦଳ ବ୍ଳକ ସଭାପତି ଶୟମ୍ଭୁନାଥ ଖଣ୍ଡଗିରି , ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିବେକାନନ୍ଦ ପଧାନ , ହିଲୁଙ୍ଗ ସମିତି ସଭ୍ୟ ଶୈଳରଞ୍ଜନ ବାଦି , କଲେଜ ଅଧ୍ୟକ୍ଷ ସୁଦାମ ଚରଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ବିଭିନ୍ନ ସ୍ବେଛାସେବୀ କର୍ମୀ ମାନେ ଉତ୍ସାହିତ ସହ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ସମସ୍ତ ରକ୍ତ ଦାତା ଙ୍କୁ ଅତିଥି ମାନଙ୍କ ଦ୍ବାରା ମାନ ପତ୍ର ବଣ୍ଟନ କରାଯାଇଥିଲା । ‌ ସୁବର୍ଣ୍ଣପୁର ବ୍ଳଡ ବ୍ୟାଙ୍କର କର୍ମଚାରୀ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ।