Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସାମ୍ବାଦିକ ଶ୍ରବଣ ପଧାନ ଙ୍କ ମୃତ୍ୟୁ ପରେ ତାଙ୍କ ମାଆ ଙ୍କୁ ମିଲୁଛି ଅନୁକମ୍ପା ମୂଳକ ସହାୟତା

ବୀରମହାରାଜପୁର : ଧରିତ୍ରୀ ର ପୂର୍ବତନ ଫଟୋ ସାମ୍ବାଦିକ ସ୍ଵର୍ଗତ ଶ୍ରବଣ କୁମାର ପ୍ରଧାନଙ୍କ ମା’ଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ମିଳିବ ବୋଲି ଜଣାଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଗତ ୭ ତାରିଖ ଦିନ ଜାରି ଆଦେଶ ପତ୍ର (ଆଇପିଆର- ପିଏମ – ଏମଆଇଏସସି -୦୦୧୪ – ୨୦୨୩- ୯୩୪୨) ମୁତାବକ ମୃତ ସାମ୍ବାଦିକଙ୍କ ମାତା ଦମୟନ୍ତୀ ପ୍ରଧାନଙ୍କୁ ଏହା ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଗତବର୍ଷ ଅଗଷ୍ଟ ୧୧ ତାରିଖରେ ଫଟୋ ସାମ୍ବାଦିକ ଶ୍ରବଣ ପଧାନ(୫୩)ଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଥିଲା । ସେ ଦୀର୍ଘ ବର୍ଷ ଧରି ଧରିତ୍ରୀ ଖବରକାଗଜରେ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟକରିବା ସହ ବୀରମହାରାଜପୁର ଉପଖଣ୍ଡ ସାମ୍ବାଦିକ ସଂଘର ଜଣେ ସକ୍ରିୟ ସଦସ୍ୟ ମଧ୍ୟ ଥିଲେ ।