Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ବ୍ୟାପୁଛି ଆଖି ଧାରା ରୋଗ ; ଛୋଟ ପିଲା ସଂକ୍ରମିତ ହେଉଥିବାରୁ ଚିନ୍ତାରେ ଅଭିଭାବକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବ୍ୟାପୁଛି ଆଖିଧରା ରୋଗ ।‌ ବର୍ଷା ଋତୁରେ ସାଧାରଣତଃ ଏହି ରୋଗ ସଂକ୍ରମଣ ହେଉଥିବା ବେଳେ ୫ ରୁ ୭ ଦିନ ପର୍ଯ୍ୟନ୍ତ କଷ୍ଟ ଦେଉଛି। ବୟସ୍କ ବ୍ୟକ୍ତି ମାନେ ଏହି କଷ୍ଟକୁ ସମ୍ଭାଳି ନେଉ ଥିବାବେଳେ କେତେକ ଛୋଟ ପିଲାଙ୍କ ପାଇଁ ଅସହ୍ୟ କଷ୍ଟ ହେଉଛି । ବିଶେଷ କରି ସ୍କୁଲ କଲେଜରେ ଏହା ଅଧୀକ ମାତ୍ରାରେ ସଂକ୍ରମଣ ହେଉଥିବା ବେଳେ ତାକୁ ନେଇ ଅଭିଭାବକ ମାନେ ଚିନ୍ତିତ ହୋଇପଡ଼ିଛନ୍ତି । ତେବେ ସତର୍କ ଏବଂ ସଚେତନ ହେଲେ ବହୁ ମାତ୍ରାରେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ଆଶା କରାଯାଉଛି ।ବୀରମହାରାଜପୁର ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟ ଡାକ୍ତର ଦେବେନ୍ଦ୍ର ପଣ୍ଡା କହିଛନ୍ତି ଏହି ରୋଗ ସଂକ୍ରମଣକୁ କମ କରିବାକୁ ହେଲେ ଆମେ ଏମିତି କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି । ଆଖି ହେଉଛି ମଣିଷର ମୂଲ୍ୟବାନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ତେଣୁ ଏହାର ସଠିକ ଯନ୍ନ ନେବା ଆବଶ୍ୟକ । ଏହା ଏକ ସାଧାରଣ ରୋଗ ଏଥିରେ ବ୍ୟସ୍ତ ନହୋଇ ସତର୍କ ରହିବା ଆବଶ୍ୟକ ଓ ଆଖି ଧରିଥିବା ରୋଗୀକୁ ଚାହିଁଲେ ଏହି ରୋଗ ହୋଇ ନଥାଏ ବରଂ ରୋଗୀ ସଂସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ । ରୋଗୀ ବ୍ୟବହାର କରିଥିବା ରୁମାଲ , ଚଷମା , ତକିଆ ସହିତ ପ୍ରସାଧାନିକ ସାମଗ୍ରୀ ବ୍ୟବହାର କରିବା ଦ୍ବାରା ସଂକ୍ରମଣ ହୋଇଥାଏ । ବିଶେଷ କରି ମନଇଚ୍ଛା ମେଡିସିନ ବ୍ୟବହାର ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ତେବେ ପୂର୍ବ ବର୍ଷ ଗୁଡ଼ିକ ଅପେକ୍ଷା ଚଳିତ ବର୍ଷ ଏହି ଆଖିଧରା ରୋଗର ସଂକ୍ରମଣ ମାତ୍ର ଅଧିକ ରହିଥିବା ନେଇ ସାଧାରଣରେ ମତ ପ୍ରକାଶ ପାଇଛି ।