Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜର 43 ତମ ପ୍ରତିଷ୍ଠା ଦିବସ ପାଳିତ ; ଗୌରବ ବୃଦ୍ଧି କରେ ଛାତ୍ରଛାତ୍ରୀ ଙ୍କ ସଫଳତା

ବୀରମହାରାଜପୁର : ବୀରମହାରାଜପୁର କଲେଜ ର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା କହନ୍ତି ଶିକ୍ଷାୟତନର ଭିତ୍ତିଭୂମି ପାଇଁ ଅର୍ଥର ଅଭାବ ରହିବ ନାହିଁ । ସୁବର୍ଣ୍ଣପୁର ର ସମସ୍ତ କଲେଜ ୫ଟି ରେ ସାମିଲ ହୋଇଥିବାରୁ ଖୁବଶୀଘ୍ର କଲେଜ ଗୁଡିକର ଭିତ୍ତିଭୂମି ବଦଳି ଯିବ । ଛାତ୍ରୀଛାତ୍ରମାନେ ମନଦେଇ ପାଠ ପଢିଲେ ଜୀବନରେ ସଫଳତା ପାଇବ ବୋଲି ବୀରମହାରାଜପୁର କଲେଜର ୪୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । କଲେଜର ଅଧ୍ୟକ୍ଷ ସୁଦାମ ଚରଣ ସାହୁ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ କଲେଜ ପରିଚାଳନା ସମିତିର ସଭାପତି ତଥା ଆଇନଜୀବୀ ସ୍ବୟମ୍ବୁନାଥ ଖଣ୍ଡଗିରୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । କଲେଜର ଅଧ୍ୟାପକ ଡ.ହିମାଂଶୁ ଶେଖର ପାଢୀ ଙ୍କ ସଂଯୋଜନାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ କଲେଜର ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ବିଧାୟକ ସ୍ବର୍ଗତ ହୃଷିକେଶ ହୋତା ଓ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ କାର୍ତ୍ତିକ ପ୍ରସାଦ ତରିଆ ଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହା ସହିତ ଗତ ଯୁକ୍ତ ଦୁଇ ପରୀକ୍ଷାରେ ୮୦ ପ୍ରତିଶତ ରୁ ଉର୍ଦ୍ଧ୍ବ ନମ୍ବର ରଖିଥିବା ଚାରିଜଣ ଛାତ୍ର ଛାତ୍ରୀ ଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅଧ୍ୟାପିକା ବନ୍ଦିତା ବିଶ୍ବାଳ , ଯାମିନୀ ଦାଶ , ଅଧ୍ୟପକ ଜିତେନ୍ଦ୍ର ସାହୁ , ଦୀପକ ଟପ୍ପୋ , ନରେନ୍ଦ୍ର , ପ୍ରଭାତ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ। କଲେଜର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଖେଳ ପଡିଆରେ ବୃକ୍ଷ ରୋପଣ କରାଯାଇଥିଲା । ଶେଷରେ ଆଧ୍ୟାପିକା ହରପ୍ରୀୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସୁଚନାଯୋଗ୍ୟ ବୀରମହାରାଜପୁର କଲେଜ ୧୯୮୧ ମସିହାରେ ଅଂଚଳବାସୀ ଙ୍କ ସହଯୋଗରେ ପ୍ରତିଷ୍ଠା ହୋଇ ଉଚ୍ଚ ଶିକ୍ଷା ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି । ଚଳିତ ବର୍ଷ ଉକ୍ତ କଲେଜ ର ଛାତ୍ରୀ ସୌଭାଗ୍ୟବତୀ ଥନାପତି ୮୭ ପ୍ରତିଶତ ନମ୍ବର ରଖି ଯୁକ୍ତ ଦୁଇ କଳା ବିଭାଗରେ ସୁବର୍ଣ୍ଣପୁର ଜିଲାରେ ଟପ୍ପର ହୋଇଛନ୍ତି । କଲେଜର ଉକ୍ତ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ କଲେଜର ସମସ୍ତ ଛାତ୍ର ଛାତ୍ରୀ , ଅଧ୍ୟାପିକା ଅଧ୍ୟାପକ , କଲେଜ ପରିଚାଳନା କମିଟୀର ସଦସ୍ୟ , ପୂର୍ବତନ ଛାତ୍ର ଛାତ୍ରୀ ଓ ଅବିଭାବକମାନେ ଯୋଗଦେଇ ଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ