Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ ମୋଦୀଙ୍କୁ ରାଫେଲ ଫ୍ରାନ୍ସର ବାଷ୍ଟିଲ ଡେ ପରେଡର ଟିକେଟ୍ ଦେଇଛି, ରାହୁଲଙ୍କ ତାତ୍ସଲ୍ୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଫ୍ରାନ୍ସର ବାଷ୍ଟିଲ ଡେ ପରେଡରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ଉପରେ ତାତ୍ସଲ୍ୟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ରାଫେଲ ପିଏମ ମୋଦୀଙ୍କୁ ବାଷ୍ଟିଲ ଡେ ପରେଡର ଟିକେଟ୍ ଦେଇଛି। ପ୍ରଧାନମନ୍ତ୍ରୀ ଏମିତି ସମୟରେ ସମାରୋହରେ ସାମିଲ ହେଉଛନ୍ତି ଯେତେବେଳେ ମଣିପୁର ଜଳୁଛି ଏବଂ ୟୁରୋପୀୟ ସଂଘର ସଂସଦ ଭାରତର ଆଭ୍ୟନ୍ତରୀଣ ମାମଲାରେ ଆଲୋଚନା କରୁଛି। କିନ୍ତୁ ପିଏମ ମୋଦୀ ଏହି ଦୁଇ ପ୍ରସଙ୍ଗରେ ନିରବ ରହିଛନ୍ତି। ଉଲ୍ଲେଖନୀୟ ଏହି ପରେଡରେ ଭାରତୀୟ ତିନି ସେନାର ୨୬୯ ଯବାନ ସାମିଲ୍ ହୋଇଥିଲେ। ଭାରତୀୟ ବାୟୁସେନାର ତିନି ରାଫେଲ୍ ବିମାନ ଫ୍ଲାଇମାଷ୍ଟରେ ଫ୍ରେଞ୍ଚ୍ ଜେଟ୍ ସହ ସାମିଲ୍ ହୋଇଥିଲା।

ରାହୁଲ ଲେଖିଛନ୍ତି, ମଣିପୁର ଜଳୁଛି। ଇୟୁ ସଂସଦରେ ଭାରତର ଆଭ୍ୟନ୍ତରୀଣ ମାମଲାରେ ଆଲୋଚନା କରୁଛି। ପିଏମ ଏହା ଉପରେ ଗୋଟିଏ ହେଲେ ଶବ୍ଦ କହୁ ନାହାନ୍ତି। ସେପଟେ ରାଫେଲ ବିମାନ ପିଏମ ମୋଦୀଙ୍କୁ ବାଷ୍ଟିଲ ଡେ ପରେଡର ଟିକେଟ୍ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ପରେଡର ଫଟୋ ପୋଷ୍ଟ କରି ଟୁଇଟ୍ କରିଛନ୍ତି, ଫ୍ରାନ୍ସର ଏହି ଯାତ୍ରା ସ୍ମରଣୀୟ ହୋଇ ରହିବ। ମୋତେ ବାଷ୍ଟିଲ ଦିବସ ସମାରୋହରେ ଯୋଗ ଦେବାକୁ ସୁଯୋଗ ମିଳିବା ଏହାକୁ ଆହୁରି ସ୍ମରଣୀୟ କରି ଦେଇଛି। ଭାରତୀୟ ଦଳକୁ ପରେଡରେ ଗୌରବପୂର୍ଣ୍ଣ ସ୍ଥାନ ମିଳିବା ଦେଖି ଅଦ୍ଭୁତପୂର୍ଣ୍ଣ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ