Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁକ୍ତା ଯୋଜନା ଓ ୱାର୍ଡ ପରିଚାଳନା କମିଟିର ଦକ୍ଷତା ବୃଦ୍ଧି ତାଲିମ କାଯ୍ୟକ୍ରମ,

ବେଲଲଗୁଣ୍ଠା -15/7/23-:ବିଜ୍ଞାପିତ ଅଞ୍ଚଳ ପରିଷଦ ବେଲଗୁଣ୍ଠା ଆନୁକୂଲ୍ୟରେ ଓଡିଶା ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ସମ୍ପର୍କିତ ଏକ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ମିଶନ ଶକ୍ତି ଗୋଷ୍ଠୀ ଗୁଡିକର ସହାଭାଗିତାରେ ୱାର୍ଡ ସ୍ତରରେ ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା | ଏହାବ୍ୟତୀତ ଅପରାହ୍ନ ରେ ୱାର୍ଡ ପରିଚାଳନା କମିଟି ଓ ୱାର୍ଡ ସଂଯୋଜିକା ମାନଙ୍କୁ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା |ପରିଷଦ ର ନିର୍ବାହୀ ଅଧିକାରୀ ଏସ ରାକେଶ କୁମାର ପାତ୍ର ଙ୍କ ସମେତ ସମସ୍ତ ପାରିଷଦ ଉପସ୍ଥିତ ରହି ନିଜର ମନ୍ତବ୍ୟ ରଖିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରିଥିଲେ | ପରିଷଦର ସହର ମିଶନ ପରିଚାଳକ ପ୍ରଫୁଲ୍ଲ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ | ତାଲିମ ସହାୟକ ଭାବେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଭୁବନେଶ୍ୱରରୁ ରାଜ୍ୟ ମିଶନ ପରିଚାଳକ ପ୍ରସନ୍ନ ମହାରଣା ଓ ପବିତ୍ର ନାୟକ ପରିଚାଳନା କରିଥିଲେ | ପ୍ରଥମ ପର୍ଯ୍ୟାୟ ତାଲିମରେ 57 ଜଣ ଓ ଦ୍ଵିତୀୟ ପର୍ଯ୍ୟାୟ ରେ 45 ଜଣ ଜଣମିଶନ ଶକ୍ତିଗୋଷ୍ଠୀମହିଳା ସକ୍ରିୟ ଅଂଶ ଗ୍ରହଣ କରିଥିଲେ | ତୃଣମୂଳ ସ୍ତରରେବିଭିନ୍ନ ବିକାଶ ମୂଳକ ଯୋଜନା ପ୍ରସ୍ତୁତି କ୍ଷେତ୍ରରେ ମହିଳା ମାନଙ୍କ ଭୂମିକା କୁ ନିଶ୍ଚିତ କରିବା ତଥା ସରକାରଙ୍କ ଦ୍ୱାରା ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପ୍ରତ୍ୟେକ ଉନ୍ନୟନ ମୂଳକ କାର୍ଯ୍ୟରେ ମିଶନ ଶକ୍ତି ଗୋଷ୍ଠୀ ମହିଳା ମାନଙ୍କ ସକ୍ରିୟ ଭାଗିଦାରୀତା ଏହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଥିଲା | ସର୍ବଶେଷରେ ସରୋଜ ପଣ୍ଡା ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ