Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ 96.5 ମି ମି ବର୍ଷା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ରେ ଦୁଇ ଦିନ ହେଲା ଲଗାଣ ବର୍ଷା ଲାଗି ରହିଛି । ଜିଲାର ବୀରମହାରାଜପୁର , ଉଲୁଣ୍ଡl , ତରଭା , ବିନିକା , ଡୁଙ୍ଗୁରିପାଲି ଓ ସୋନପୁର ବ୍ଲକର ପ୍ରାୟ ପ୍ରତ୍ୟେକ ସ୍ଥାନରେ ବର୍ଷା ଲାଗି ରହିଛି । ପାଣିପାଗ ବିଭାଗ ତରଫରୁ ମିଳିଥିବା ସୁଚନା ଅନୁସାରେ ସୋମବାର ଦିନ ଜିଲ୍ଲାର ବିନିକାରେ ସର୍ବାଧିକ ୧୬୫.୨ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ତରଭା ବ୍ଲକରେ ସର୍ବନିମ୍ନ ୩୩ମିଲି ମିଟର ବର୍ଷା ରେକର୍ଡ ହୋଇଛି।ସେହିପରି ବୀରମହାରାଜପୁର ବ୍ଲକରେ ୯୬.୫ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସୋନପୁର ବ୍ଲକରେ ୬୦ମିମି ବର୍ଷା , ଡୁଙ୍ଗୁରିପାଲି ବ୍ଲକରେ ୫୯.୨ମିମି ବର୍ଷା ଓ ଉଲୁଣ୍ଡା ବ୍ଲକରେ ୮୩ ମିମି ବର୍ଷା ରେକର୍ଡ ହୋଇଛି । ଦୁଇଦିନ ଲଗାଣ ବର୍ଷା ହେବା ଫଳରେ ଚଳିତ ବର୍ଷ ବିଳମ୍ବ ହୋଇଥିବା ଚାଷ କାର୍ଯ୍ୟ ଏବେ ପୁଣି ଜୋରସୋର ରେ ଚାଲିଥିବା ଦେଖାଦେଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ