Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ୍ ଏ ସି ଦାବି ରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଉପ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ବୁଖରେ ଦିଆଯାଇଥିବା ଗଣଧାରଣା ପ୍ରତ୍ୟାହୃତ

ବୀରମହାରାଜପୁର : ଆଦମୀ ପାର୍ଟି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୁ ଏନ ଏ ସି ଘୋଷଣା ଦାବୀ ରେ ଦୀର୍ଘ ପନ୍ଦର ଦିନର ଧାରଣା କୁ ଦଳ ପକ୍ଷରୁ ପ୍ରତ୍ୟାହାର କରି ନିଆଯାଇଛି l ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ସୁରେଶ କଳତା ଙ୍କ ନେତୃତ୍ୱ ରେ ଚାଲିଥିବା ଏହି ଗଣଧାରଣା କୁ ପାର୍ଟି ର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଆସି ଧାରଣା ପ୍ରତ୍ୟାହାର କରିବା ପାଇଁ ଆଜି ପରାମର୍ଶ ଦେବା ପରେ, ଧାରଣା ପ୍ରତ୍ୟାହାର ହୋଇଥିଲା l ଏଠାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଆମ ଆଦମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ରାଜ୍ୟ ଗଣତନ୍ତ୍ର ଶାସନ ନାହିଁ ବୋଲି କହିବା ସହିତ କେନ୍ଦ୍ରୀୟ ନେତୃତ୍ୱ ଓଡିଶା ରେ ବିକଳ୍ପ ଶକ୍ତି ଭାବରେ ଆମ ଆଦମୀ ପାର୍ଟି ଛିଡା ହେବ ବୋଲି ଆଶା ପ୍ରକାଶ କରିଛନ୍ତି l ଏଥିପାଇଁ ସଂଗଠନ କୁ ତୃଣମୂଳ ସ୍ତରରୁ ମଜବୁତ କରାଯିବ ବୋଲି ପ୍ରକାଶ କରିଥିଲେ l ବିଭିନ୍ନ ସମସ୍ୟା ସହିତ ବୀରମହାରାଜପୁର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପାଇଁ ୧୯ ଜୁଲାଇ ବନ୍ଦ ଡାକରା ଦିଆ ଯାଇଛି l
5T ସଚିବ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ଦଳ ପକ୍ଷରୁ ଅଣ୍ଡା ମାଡ଼ ଘଟଣା କୁ ନିନ୍ଦା କରିବା ସହିତ ଗଣତାନ୍ତ୍ରିକ ଉପାୟ ରେ ଆନ୍ଦୋଳନ କରିବାକୁ ପରାମର୍ଶ ଦେଇଥିଲେ l ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ପାଇଁ ଦସ୍ତଖତ ଅଭିଯାନ କରି ଘରକୁ ଘର ବୁଲିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ