Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୋଲବମ୍ ଭକ୍ତ ସଂକଳ୍ପ ନେଇ ଗୋଧନେଶ୍ଵର ଶୈବପୀଠ ରେ ପାଳନ କଲେ ବନ ମହୋତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଗୋଧନେଶ୍ଵର ମନ୍ଦିର ପରିସରରେ ୭୪ ତମ ବନ ମହୋତ୍ସବ ବୋଲବମ୍ ଭକ୍ତମାନ ଙ୍କ ଦ୍ଵାରା ପାଳିତ ହୋଇଯାଇଛି। ଜଟେସିଂହା ବୋଲବମ ସଂଘର ସକ୍ରିୟ ସଦସ୍ୟ ବିନୋଦ ପାଣ୍ଡେଙ୍କ ନେତୃତ୍ବରେ ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମନ୍ଦିର ପରିସର ତଥା ଆଖପାଖ ଅନ୍ୟାନ୍ୟ ସ୍ଥାନରେ ଅନେକ ମୂଲ୍ୟବାନ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ସଂଘ ସମସ୍ତ ସଦସ୍ୟ ଉପସ୍ଥିତ ରହି ଶ୍ରାବଣ ମାସରେ ପ୍ରତ୍ୟେକ ସୋମବାର ଯେ କୌଣସି ଶୈବପୀଠ ରେ ମହାଦେବ ଙ୍କ ଠାରେ ଜଳ ଲାଗି କରିବା ସହ ବୃକ୍ଷ ରୋପଣ କରିବା ପାଇଁ ସଙ୍କଳ୍ପ ନେଇଥିଲେ । ଏଥିରେ ଜନସାଧାରଣଙ୍କୁ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ନେଇ ବାର୍ତ୍ତା ପ୍ରଦାନ କରିବା ସହ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ସଂଘର ପ୍ରଶାନ୍ତ ମାଝୀ , ନବୀନ କୁମାର ପ୍ରଧାନ , ଶାନ୍ତନୁ କୁମାର ମିଶ୍ର , ବାଳକୃଷ୍ଣ ପଣ୍ଡା , ପ୍ରତାପ କୁମାର ପ୍ରଧାନ , ନନ୍ଦି ବିଶ୍ଵାଳ , ମଧୁ ପଧାନ , କପିଳାସ ବିଶ୍ଵାଳ , ରାଜା ବିଶ୍ଵାଳ , ଭରତ ପଧାନ , ଜୈପାଲ ବିଶ୍ଵାଳ , ଅଜିତ ପଧାନ , ପିକୁ ବିଶ୍ଵାଳ , କନ୍ଦର୍ପ ପ୍ରଧାନ , ଶୁଶାନ୍ତ କୁମାର ପଧାନ , ଆଶିଷ ବିଶ୍ଵାଳ , ଅଶୋକ ସେଠୀ , ମଣ୍ଟୁ ପଧାନ ଙ୍କ ସହିତ ବହୁ ସଦସ୍ଯ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ