Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୪ ପାଇଁ କଂଗ୍ରେସର ସଜବାଜ, ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ବିଜେଡି ଏବଂ ବିଜେପି ବିରୋଧରେ ଲଢେଇ ପାଇଁ କଂଗ୍ରେସର ସଜବାଜ ଆରମ୍ଭ କରିଛି। ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ଗୁରୁବାର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି। ବୈଠକରେ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ। ବାମଦଳର ପ୍ରତିନିଧି ଏବଂ ଅନ୍ୟ କେତେକ ଦଳ ସାମିଲ୍ ଥିବା ସୂଚନା। ୨୦୨୪ ନିର୍ବାଚନରେ ମିଳିତ ଭାବେ ଲଢିବା ପାଇଁ ବୈଠକରେ ବିଚାର ବିମର୍ଶ କରାଯାଇଛି।

ସୂଚନାଯୋଗ୍ୟ, ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଶିବିର ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଅନେକ ସାଂଗଠନିକ ପରିବର୍ତ୍ତନ କରାଯାଇଛି। ତଥାପି ଦଳକୁ ବିବାଦ ଛାଡୁନି। ନିକଟରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସକ୍ରମେ ଏଆଇସିସି ପକ୍ଷରୁ କଟକ ସଦସ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ତଥାପି ଆମେ କଂଗ୍ରେସ ଦଳରେ ଅଛୁ ଏବଂ ଦଳ ପ୍ରତି ଆମେ କୌଣସି ଅନ୍ୟାୟ କରି ନ ଥିବା ଦୁଇ ନେତା କହିଥିଲେ। ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ଏହି ସବୁ ମଧ୍ୟରେ ଆଜି ଦଳର ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ